ଧର୍ମେନ୍ଦ୍ରଙ୍କ ଅତି ପ୍ରେମରୁ ଫସିଯିବେ କି ମୋହନ . ଗୋଟିଏ ମଂଚରେ ଲିକୁ ,ସ୍ମୃତି କେହି କାହା ମୁହଁ ଚାହିଁଲେନି . ଏମିତି କିଛି ଏବେ ଆଲୋଚନ| ହେଉଛି . ଯାଜପୁରରେ ରୋଚକ ରାଜନିତୀ . ଧର୍ମଶାଳା ବିଜେପି ରାଜନିତୀରେ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି . କେତେବେଳେ ଦଳୀୟ ପ୍ରାର୍ଥୀଙ୍କୁ ଅଣଦେଖା କରି ସ୍ୱାଧୀନ ବିଧାୟକଙ୍କୁ ବିଜେପି ପ୍ରାଧାନ୍ୟ ଦେଉଥିବା କଥା ଚର୍ଚ୍ଚା ହେଉଛି .
ଦର୍ଶକ ବନ୍ଧୁ ଆମେ କହୁଛୁ ବିଜେପି ବିଧାୟିକା ପ୍ରାର୍ଥୀନୀ ସ୍ମୃତି ରେଖା ପହିଙ୍କ କଥା . ଗତ ନିର୍ବାଚନରେ ବିଜେପି ତାଙ୍କୁ ଧର୍ମଶାଳାରୁ ପ୍ରାର୍ଥୀ କରିଥିଲା . ଏପରିକି ଖୋଦ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ପ୍ରଚାରରେ ଆସିଥିଲେ . କିନ୍ତୁ ସ୍ମୃତି ନିର୍ବାଚନରେ ପରାଜୟର ସାମ୍ନା କରିଥିଲେ . ଅପରପକ୍ଷେ ବିଜେପିରୁ ଟିକଟ ନ ମିଳିବା ପରେ ହିମାଂସୁ ଶେଖର ସାହୁ ଓରଫ ଲିକୁ ସ୍ୱାଧୀନ ବିଧାୟକ ଭାବେ ଲଢ଼ିବାକୁ ମୈଦାନକୁ ଓହ୍ଲାଇଥିଲେ . ବିଜେଡ଼ିର ପ୍ରଣବ ବଳବନ୍ତ ରାୟଙ୍କୁ ସ୍ୱାଧୀନ ବିଧାୟକ ହିମାଂସୁ ସାହୁ ପରାଜିତ କରି ଗଡକୁ ନିଜ ଅତିଆରକୁ ନେଇଥିଲେ . ପରେ ସେ ବିଜେପିକୁ ସମର୍ଥନ କରିଥିଲେ . କୁହାଯାଏ ହିମାଶୁଂଙ୍କୁ କାଳେ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପୋର୍ଟ କରୁଥିଲେ .
କିନ୍ତୁ ଏଠାରେ କଥା ସରିନଥିଲା . ଏହାପର ଠାରୁ ଆରମ୍ଭ ହୋଇଥିଲା ସ୍ମୃତିଙ୍କର ଦୁଃଖର ଦିନ . ଦଳୀୟ କାର୍ଯ୍ୟକ୍ରମରେ ସ୍ମୃତିଙ୍କ ବଦଳରେ ଲିକୁଙ୍କୁ ଦେଖିବାକୁ ମିଳିଥିଲା . ଏପରିକି ମୁଖ୍ୟମନ୍ତ୍ରୀଙ୍କ ଧର୍ମଶାଳା ଗ୍ରସ୍ତ ସମୟରେ ମଂଚରେ ଲିକୁଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ . କିନ୍ତୁ ପଦେ ବି ନିଜ ବିଧାୟିକ ପ୍ରାର୍ଥୀନୀଙ୍କ କଥା କହିନଥିଲେ . ଯାହାକୁ ଶୁଣିବା ପରେ ଲୋକେ କହୁଛନ୍ତି ଏମିତି ହେଲେ ବିଜେପି ଭିତରେ ଫାଟ ସୃଷ୍ଟି ହେବ . ଆଉ ଏବେ ଲିକୁ ବିଜେପିର ବୋଲି ଦାବିର ସହ କୋହୁଛନ୍ତି . ସେହିପରି ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପାଙ୍କ ସ୍ମୃତି ସଭାରେ ମଂଚରେ ଜିଲ୍ଲାର ସଭା ନେତ୍ରୀଙ୍କ ସହ ସବୁ ବିଜୟୀ ବିଧାୟକ ଉପସ୍ଥିତ ଥିଲେ . ଲିକୁ ଆଉ ସ୍ମୃତି ମଧ୍ୟ ସେହି ମଂଚରେ ଉପସ୍ଥିତ ଥିଲେ . ତେବେ କୁହାଯାଉଛି ଏହା ହେଉଛି ସ୍ମୃତିଙ୍କର ପ୍ରଥମ ସଭା ଯେଉଁଠାରେ ସେ ନିର୍ବାଚନରେ ଏକାଠି ହୋଇଥିଲେ .