ପଟ୍ଟାମୁଣ୍ଡାଇ ଠାରେ ବାଲ ବୈଜ୍ଞାନିକ ମେଳା ଠାରେ ଆଜି ଦେଖିବାକୁ ମିଳିଛି ଅଭାବନିୟ ଘଟଣା | ବିଜ୍ଞାନ ମେଳା ଚାଲିଥିବା ସମୟରେ ଛାତ୍ର ଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରିଛି | ଚାରିଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି |ଏହା ସହ ଜଣେ ବୃଦ୍ଧ ମହିଳା ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ମହୁମାଛି ଆକ୍ରମଣ କରିଥିଲା ସମସ୍ତଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରଙ୍କୁ ନିଆଯାଇଛି | ସର୍ବ ମୋଟ ଆଠ ଜଣକୁ ମହୁମାଛି ଆକ୍ରମଣ କରିଛି | ଏନେଇ ସ୍ଥାନୀୟ ଜନ ସାଧାରଣ ମାନେ ଅସନ୍ତୋଷ ପ୍ରକାଶ କରିପାଇଛି | ପଟ୍ଟାମୁଣ୍ଡାଇର ବିକାଶ ପରିଷଦର ସଭାପତି ଗୋପୀନାଥ ତ୍ରିପାଠୀ କଂଗ୍ରେସର ଜ଼ିଲ୍ଲା ଯୁବ ମୋର୍ଚ୍ଚ ସତ୍ୟପ୍ରିୟ ସାମଲ ଘୋର ନିଦା କରିବା ସହିତ ସିଧା ସଳଖ ପ୍ରଶାସନ ଙ୍କୁ ଦାୟୀ କରିଛନ୍ତି ଏବଂ ପଟ୍ଟାମୁଣ୍ଡାଇ ପୌରପାରିଷର ଅଧକ୍ଷ ହେମନ୍ତ ସାହୁ ଓ ବି ଇ ଓ ପଟ୍ଟାମୁଣ୍ଡାଇ ସମସ୍ତ ଛାତ୍ର ଛାତ୍ରୀଙ୍କ ଚିକିତ୍ସା ଆରୋଗ୍ୟ କାମନା କରିଛନ୍ତି|
