ଗୋପୀନାଥପୁରରୁ ଏବେ ଗଡିବ ଯାତ୍ରୀବାହୀ ଟ୍ରେନ

ଗୋପୀନାଥପୁରରୁ ଏବେ ଗଡିବ ଯାତ୍ରୀବାହୀ ଟ୍ରେନ

ଗୋପୀନାଥପୁରରୁ ଏବେ ଗଡିବ ଯାତ୍ରୀବାହୀ ଟ୍ରେନ | ବାଲେଶ୍ୱର ଜିଲ୍ଲା ନୀଳଗିରିଵାସୀଙ୍କର ଦୀର୍ଘ ଦିନର ସ୍ବପ୍ନ ସତ ହେବାକୁ ଯାଉଛି | ଏଥର ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳକୁ ଗଡିବ ଯାତ୍ରୀବାହୀ ଟ୍ରେନ | ଆସନ୍ତା ଡିସେମ୍ବର ୧ ତାରିଖରେ ଗୋପିନାଥପୁର ଠାରେ ନବନିର୍ମିତ ରେଳ ଷ୍ଟେସନ ଲୋକାର୍ପଣ ହେବ | ଲୋକାର୍ପଣରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ବୋଲି ଜଣାପଡିଛି | ଏ ନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ସାସଂଦ ପ୍ରତାପ ଷଡ଼ଙ୍ଗୀ | ସେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ କୃତଜ୍ଞନ୍ତା ଜଣାଇଛନ୍ତି | ଦୀର୍ଘଦିନ ଧରି ବାଲେଶ୍ୱର ସାସଂଦ ନୀଳଗିରିକୁ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ପ୍ରଚେଷ୍ଟା କରି ସେ ଶେଷରେ ସଫଳ ହୋଇଥିଲେ | ଏନେଇ ନୀଳଗିରିଵାସୀ ସାସଂଦ ପ୍ରତାପ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣେଇଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *