ଗୋଲ ହେଲାଣି ବିଜେପି ନେତାଙ୍କ ମୁଣ୍ଡ !

ଗୋଲ ହେଲାଣି ବିଜେପି ନେତାଙ୍କ ମୁଣ୍ଡ !

ଚାରିଆଡୁ ବାଜୁଛି ଶଙ୍ଖ । ରାସ୍ତା ଘାଟ, ଯାତ୍ରା ପେଣ୍ଡାଲ, ବାହାଘର ଏପରିକି କାଶ୍ମୀରରେ ବି ଟ୍ରେଣ୍ଡ କରୁଛି ବିଜେଡି । ଖାସ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପାଇଁ ବିଜେଡିର କ୍ରେଜ ବଢୁଛି । ବିରୋଧୀ ଆସନରେ ବସିବି ନବୀନ ଯେତିକି ଲାଇମଲାଇଟରେ ରହୁଛନ୍ତି ଶାସକ ଆସନରେ ଥାଇ ବି ବିଜେପି କିମ୍ବା ବିଜେପିର କୌଣସି ନେତା ସେତେ ହାଇଲାଇଟ ହେଉନାହାନ୍ତି । ଏପରିକି ନବୀନଙ୍କ ଗୋଟିଏ ଡାକରାରେ ହଜାର ହଜାର ଲୋକ ଛିଡା ହେଉଛନ୍ତି । ବିଜେଡିର ସଭା ସମିତିରେ ସାଧାରଣ ଲୋକଙ୍କ ବେଶ୍ ସମାଗମ ରହୁଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଛାଡି ପୂବତନ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୁଃଖ ଶୁଣାଇବାକୁ ଲୋକେ ଦୌଡି ଆସୁଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ।

ହେଲେ ଲୋକଙ୍କ ସରକାରର ଡିଣ୍ଡିମ ପିଟୁଥିବା ଡବଲ ଇଞ୍ଜିନ ସରକାରର ସୋର ଶବଦ ବି ନାହିଁ । ଯେତେ ପ୍ରଚାର ପ୍ରସାର କଲେ ମଧ୍ୟ ବିଜେପିରୁ ସାଧାରଣ ଲୋକେ ମୁହଁ ଫେରାଉଥିବା ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି । ସେ ନିର୍ବାଚନୀ ପ୍ରତିଶୃତି ପୂରଣକୁ ନେଇ ହେଉ ବା ଲୋକଙ୍କ ସୁଖଦୁଃଖରେ ଛିଡା ହେବାକୁ ନେଇ ହେଉ କୌଣସି ଥିରେ ବିଜେପି ଆଗେଇ ପାରୁନି । କେବଳ ଘୋଷଣାରେ ହିଁ ସୀମିତ ରହିଯାଉଛି ରାଜ୍ୟ ବିଜେପି । ଏହା ସହ ଦିଲ୍ଲୀ ନେତାଙ୍କ ପାଇଁ ସାଧାରଣ ଲୋକଙ୍କୁ କେବଳ ହନ୍ତସନ୍ତ କରୁଥିବା ଅଭିଯୋଗ ଆସୁଛି । ବାରମ୍ବାର ଦିଲ୍ଲୀ ନେତା ଓଡିଶା ଗସ୍ତରେ ଆସୁଥିବା ବେଳେ ସାଧାରଣ ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି । କିନ୍ତୁ ଓଡିଶାକୁ କିଛି ବି ସୁଫଳ ମିଳୁନି । ଆଉ ଏସବୁକୁ ଦୃଷ୍ଟିକୁ ନେଲେ ସାଧାରଣ ଲୋକେ ଡବଲ ଇଞ୍ଜିନ ସରକାରରେ ଅଧିକ ହୀନସ୍ତା ହେଉଥିବା କୁହାଯାଉଛି । ଏବଂ ବିଜେଡିକୁ ହରାଇ ପଶ୍ଚାତାପ କରୁଥିବା ମତପ୍ରକାଶ ପାଉଛି ।

ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଢୁଥିବାରୁ ନବୀନଙ୍କ ବିପକ୍ଷରେ ବିଜେଡିର ପୁରୁଣା ନେତା ଏବଂ ନବୀନଙ୍କ ନିକଟତର ଲୋକଙ୍କୁ ନିଜ ଦଳରେ ମିଶାଇ ବିଜେପି ଯେଉଁ ଗୋଟି ଚଳାଉଛି ସେଥିରେ ମଧ୍ୟ ବିଜେପି ସଫଳ ହୋଇପାରୁନି । ଓଲଟା ନିଜ ଗୋଡରେ ନିଜେ କୁରାଢୀ ମାରୁଥିବା ଚର୍ଚ୍ଚା ଚାଲିଛି । ଆଉ ଏସବୁ ଥିରୁ ରାଜ୍ୟରେ ଏବେ ବି ଶଙ୍ଖ ଆଗରେ ରହିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ତେବେ ଦେଖାଯାଉ ବିଜେଡିର କ୍ରେଜ ଭାଙ୍ଗିବାକୁ ବିଜେପି କେଉଁ ନୂଆ ଗୋଟି ଚଳାଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *