ଗ୍ରୀନ୍ ସିଗନାଲ ଦେଲେ ଜାଗ୍ରତି….ଅନୁଭବଙ୍କ ସହ ପଡିବ ହାତଗଣ୍ଠି !

ଗ୍ରୀନ୍ ସିଗନାଲ ଦେଲେ ଜାଗ୍ରତି….ଅନୁଭବଙ୍କ ସହ ପଡିବ ହାତଗଣ୍ଠି !

ଚର୍ଚ୍ଚାରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଦ୍ୱିତୀୟ ବିବାହ । ସାମ୍ୱାଦିକା ଜାଗ୍ରତି ମିଶ୍ରଙ୍କୁ ବିବାହ କରିବେ କି ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତି ? କେବେ ପଡିବ ହାତଗଣ୍ଠି ? ପୁଣିଥରେ ଅନୁଭବଙ୍କର ବାଜିବ କି ସାହାନାଇ ? ହଁ ଦର୍ଶକବନ୍ଧୁ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ନେଇ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଜୋରସୋରରେ ଏମିତି କିଛି ଚର୍ଚ୍ଚା ଚାଲିଛି । ଯେବେଠାରୁ ଅନୁଭବଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ହୋଇଛି ଏବଂ ଯାହାର ଲେଖିକା ରହିଛନ୍ତି ଜାଗ୍ରତି ମିଶ୍ର ସେବେଠାରୁ ହିଁ ଏପରି କିଛି ଚର୍ଚ୍ଚା ହେଉଛି । ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖୁଛନ୍ତି ଜାଗ୍ରତି ମିଶ୍ର । ତେବେ ଗଣମାଧ୍ୟମ ପ୍ରତିକ୍ରିୟାରେ ଜାଗ୍ରତିଙ୍କ ଏମିତି କିଛି କଥା ଏବେ ବେଶ ଭାଇରାଲ ହେବା ରେ ଲାଗିଛି । ଯାହାକୁ ସୋସିଆଲ ମିଡିଆରେ ଦେଖିବା ପରେ ସମସ୍ତେ କହୁଛନ୍ତି ପୁଣିଥରେ ଅନୁଭବ ମହାନ୍ତି ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ଭାଇରାଲ ହେଉଥିବା ଭିଡିଓଟିରେ ଜାଗ୍ରତି କହିଛନ୍ତି କି ସେ ଯଦି ଭବିଷ୍ୟତରେ ଅନୁଭବଙ୍କୁ ବିବାହ କରିବେ ତେବେ ତାଙ୍କୁ ଭାଉଜ ଡାକିଲେ ସେ ଅଧିକା ଖୁସି ହେବେ । ତେବେ ଅନୁଭବ ଓ ଜାଗ୍ରତି ବିବାହକୁ ନେଇ ଯେଉଁ ଚର୍ଚ୍ଚା ମୁଣ୍ଡ ଟେକିଥିଲା ଜାଗ୍ରତିଙ୍କ ଏପରି ବୟାନ ପରେ ଦୁହିଁଙ୍କ ବିବାହକୁ ଏହା ଗ୍ରୀନ ସିଗନାଲ ଦେଇଛି । ତେବେ ଅନୁଭବଙ୍କ କହିବା ଅନୁଯାୟୀ ଜାଗ୍ରତି ତାଙ୍କର ଜଣେ ଭଲ ବନ୍ଧୁ । ବିବାହକୁ ନେଇ ସିଧାସଳଖ ଦୁହେଁ କୌଣସି ପ୍ରତିକ୍ରିୟା ରଖିନଥିଲେ ମଧ୍ୟ ଭାଇରାଲ ହେଉଥିବା ଜାଗ୍ରତିଙ୍କ ଭିଡିଓରୁ ସେ ଦ୍ୱିତୀୟ ବିହାହ କରିବା ନେଇ ସ୍ପଷ୍ଟ ଜଣାପଡୁଛି । ତେବେ ଦୁହିଁଙ୍କୁ ନେଇ ସୋସିଆଲ ମିଡିଆରେ ହେଉଥିବା ଏହି ଚର୍ଚ୍ଚା କେବେ ସତ ହେଉଛି ଏବଂ ସୁପୁରଷ୍ଟାର ଅନୁଭବ ତାଙ୍କ ଫ୍ୟାନ୍ସକୁ ସେ କେବେ ସପ୍ରାଇଜ ଦେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *