ଗ୍ରୀଷ୍ମଋତୁରେ ନିଜକୁ ସୁସ୍ଥ ରଖିବେ କିପରି…

ଗ୍ରୀଷ୍ମଋତୁରେ ନିଜକୁ ସୁସ୍ଥ ରଖିବେ କିପରି…

ଗ୍ରୀଷ୍ମଋତୁ ଆସିବା ମାତ୍ରେ ଶରୀରର ଯତ୍ନ ଠିକ ଭାବେ ଉଚିତ । କାହିଁକିନା ଗ୍ରୀଷ୍ମଋତୁରେ ତାପମାତ୍ରା ବଢିବା ସହିତ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । କିନ୍ତୁ ଆମେ ଯଦି ଆଗୁଆ ସଚେତନ ଓ ସାବଧାନ ରହିବା ତେବେ ଗ୍ରୀଷ୍ମଋତୁରେ ଶରୀରରେ ଦେଖାଯାଉଥିବା ସମସ୍ୟାରୁ ନିଜକୁ ଏଡାଇ ପାରିବା । ତେବେ ଆସନ୍ତୁ ଜାଣିବା ଗ୍ରୀଷ୍ମ ଋତୁରେ ଆମକୁ କେଉଁଭଳି ଭାବେ ଆମ ଶରୀରର ଯତ୍ନ ନେବାକୁ ହେବ ଏବଂ କେଉଁ ନିୟମ ମାନିବାକୁ ପଡିବ…
ଖରାଦିନେ ଅତ୍ୟାବଶ୍ୟକ କାମ ନପଡିଲେ ବାହାରକୁ ବହାରନ୍ତୁ ନାହିଁ । ଯଦି ବାହାରକୁ ବାହାରୁଛନ୍ତି ତେବେ ସାଙ୍ଗରେ ଛତା ଓ ପାଣି ବୋତଲ ନେଇ ଆସନ୍ତୁ । ଏବଂ ନିଜ ତ୍ୱଚ୍ଚାକୁ ସନ ଟ୍ୟାନରୁ ରକ୍ଷା କରିବାକୁ ହେଲେ ସନସ୍କ୍ରିନ ବ୍ୟବହାର କରନ୍ତୁ । କେବଳ ଗ୍ରୀଷ୍ମ ନୁହେଁ ନିୟମିତ ସନ୍-ସ୍କ୍ରିନର ବ୍ୟବହାର ଦ୍ବାରା ଆପଣ ଲକ୍ଷ୍ୟ କରିବେ ଆପଣଙ୍କ ତ୍ବଚାରୁ ଅନେକ ଦାଗ ଦୂର ହେବା ସହ ରଙ୍ଗରେ ସମାନତା ଆସିବା ସହ ଓ ତ୍ବଚା ମସୃଣ ରହିବ। ଖରାରେ ବୁଲାବୁଲି କରିଥିଲେ ସନ୍ଧ୍ୟାରେ ଘିକୁଆଁରୀ ରସ, ଥଣ୍ଡା ଦହି, ଚନ୍ଦନ ଲେପ, ତ୍ବଚାକୁ ଥଣ୍ଡା ରଖେ, ଘିମିରି ହେବାକୁ ଦିଏନି ବରଂ ଶରୀରକୁ ଥଣ୍ଡା କରିଥାଏ । ସେହିପରି ଖରାଦିନେ ପ୍ରଚୁର ପରିମାଣର ପାଣି ପିଇବା ଉଚିତ । ଡିହାଇଡ୍ରେସନକୁ ଏଡାଇବା ପାଇଁ ପ୍ରତିଦିନ 2ରୁ 3 ଲିଟର ପାଣି ପିଇବା ଉଚିତ । ଖରାଦିନେ ସାଧାରଣତଃ ଆମେ ମାନେ ବାହାରେ ଥଣ୍ଡା କିମ୍ୱା ଲସି ପିଇବାକୁ ପସନ୍ଦ କରିଥାଉ କିନ୍ତୁ ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇ ପାରେ । ତେଣୁ ପଇଡ ପାଣି ,ଦହି ପାଣି ଓ ଘରେ କିଛି ଫଳର ଜୁସ ପ୍ରସ୍ତୁତ କରିବ ସେବନ କରିବା ଉଚିତ ।
ସାଧାରଣତଃ ଗ୍ରୀଷ୍ମଃଋତୁରେ ଖାଦ୍ୟପେୟ ଠିକ ଭାବେ ଯତ୍ନ ନନେବା ଆବଶ୍ୟକ ନଚେତ ଶରୀରରେ ସମସ୍ୟା ମଧ୍ୟ ଦେଖାଯାଇପାରେ । ପଖାଳ, ତୋରାଣି ଓ ଭାତ ସହ ଦହି ଖାଆନ୍ତୁ, ଏହି ଖାଦ୍ୟ ଗୁଡିକ ସ୍ବାସ୍ଥ୍ୟ ପାଇଁ ଉତ୍ତମ।ଅଧିକ ତେଲ ମସଲା, ଛଣାଛଣି କିମ୍ବା ଆମିଷ ଦ୍ରବ୍ଯ ଅପେକ୍ଷା ଅଧିକ ପରିବା ଯୁକ୍ତ ତରକାରୀ କିମ୍ବା ସନ୍ତୁଳା ଗ୍ରହଣ କରିବା ଭଲ।
ତେବେ ଗ୍ରୀଷ୍ମଋତୁରେ ନିଜକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଏହି ସବୁ ନିୟମ ଆପଣାନ୍ତୁ ।

author

Related Articles

Leave a Reply

Your email address will not be published. Required fields are marked *