ଗ୍ରେଡ଼ ଏ ପଂଚାୟତ ନତକାଇ

ଗ୍ରେଡ଼ ଏ ପଂଚାୟତ ନତକାଇ

ପଂଚାୟତର ଉନ୍ନତି ହେଲେ ଦେଶର ବିକାଶ ହେବ । ସେଥିପାଇଁ ଓଡ଼ିଶା ସରକାର କିଭଳି ପଂଚାୟତ ସ୍ତରରେ ଉନ୍ନତି ମୂଳକ କାମ ହେଉଛି ଆଉ କେଉଁ ପଂଚାୟତର କେତେ ଉନ୍ନତି ମୂଳକ କାମ ହେଉଛି ତା’ର ମାନ ପାଇଁ ବିଭିନ୍ନ ଗ୍ରେଡ଼ ରେ ସାମିଲ କରିଛନ୍ତି । ଏ,ବି ଓ ସି ଗ୍ରେଡ୍ ରେ ପଂଚାୟତର ବିଭିନ୍ନ ଡେଭଲପମେଣ୍ଟ କାମକୁ ନେଇ ସାମିଲ କରିଛନ୍ତି ସରକାର। ଯେଉଁଥିରେ ଆଗାମୀ ଦିନରେ ପଂଚାୟତରେ କିଭଳି ବହୁତରୁ ବହୁତ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଠିକ୍ କାର୍ଯ୍ୟକାରୀ ହୋଇ ପାରିବ ସେଥିପାଇଁ ସରପଞ୍ଚ,ଓ୍ୟାଡ୍ ସଭ୍ୟ ଓ ସଭ୍ୟା ମାନେ ଆଗଭର ହେବେ। ଗତକାଲି ପଂଚାୟତରାଜ ଦିବସରେ ସମଗ୍ର ଓଡ଼ିଶାରେ ୬୧୩ ଟି ପଂଚାୟତକୁ ବିଭିନ୍ନ ଗ୍ରେଡ୍ରେ ସାମିଲ କରାଯାଇଥିବା ବେଳେ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲି ବ୍ଲକର କେବଳ ନତକାଇ ପଂଚାୟତକୁ ଓଡ଼ିଶା ସରକାର ଗ୍ରେଡ୍ ଏରେ ସାମିଲ କରି ସାତ ଲକ୍ଷ ବାସ୍ତରୀ ହଜାର ନଅ ଶହ ଛୟାଳିଶ (୭.୭୨.୯୪୬) ଟଙ୍କା ପ୍ରୋତ୍ସାହନ ରାଶି ନତକାଇ ସରପଞ୍ଚ ଜୟଦେବ ରାଉତଙ୍କୁ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ଏହି ଚେକ୍ ପ୍ରଦାନ କରିଛନ୍ତି। ଏହି ବ୍ଲକ ର ଅନ୍ୟ ଦୁଇଟି ପଂଚାୟତ ଯଥା ବି ଏବଂ ସିଂ ଗ୍ରେଡ୍ ରେ ସାମିଲ ହୋଇଛନ୍ତି। ନତକାଇ ପଂଚାୟତ ରେ ଅନେକ ଲୋକାଭିମୁଖୀ ଓ ଉନ୍ନତି ମୂଳକ କାମ ହୋଇ ଥିବାରୁ ଏହି ପଂଚାୟତ କୁ ଗ୍ରେଡ୍ ଏ ରେ ସାମିଲ କରାଯାଇଛି। ସରକାର ଙ୍କ ପଂଚାୟତ ମାନଙ୍କୁ ଏହି ପ୍ରୋତ୍ସାହନ ଦେବା ଫଳରେ ଆଗକୁ ପଂଚାୟତ ସ୍ଥରରେ ଅଧିକ ରୁ ଅଧିକ ଉନ୍ନତି ମୂଳକ କାମ ହେବବୋଲି ବୁଦ୍ଧିଜୀବିମାନେ ଆଶା ପୋଷଣ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *