ବେଆଇନ ଧାନ କିଣି ଆନ୍ଧ୍ରପ୍ରଦେଶ ଚାଲାଣ କରୁଥିବା ବେଳେ ଖଲ୍ଲିକୋଟ ବଡ଼ ଘ|ଟି ନିକଟରେ ଓଲଟିଲା ଟ୍ରକ | ମିଳିଥିବା ଖବର ଅନୁଯାୟୀ ଖଲ୍ଲିକୋଟ ନିକଟ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟି ନିକଟରେ ବ୍ରେକ ଫେଲ ଯୋଗୁଁ ଭାରସ୍ୟାମ ହରାଇ ଧାନ ବୋଝେଇ ଟ୍ରକଟି ଓଲଟି ପଡିଥିଲା | ତେବେ ଟ୍ରକଟି ଭଦ୍ରକରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଖବରରୁ ଜଣାପଡିଛି | ଦୁର୍ଘଟଣାରେ ଡ୍ରାଇଭର ଓ ହେଲ୍ପର ଉଭୟେ ଆହତ ହୋଇଛନ୍ତି | ମୁଖ୍ୟତଃ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଆଇନ ରେ ଚାଲାଣ ହେଉଥିବା ଧାନ ଟ୍ରକ ର ଗୁମର ପଦାରେ ପଡିଛି | ଦୁର୍ଘଟଣା ଜାଣିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି |

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025