ଘମୁସର ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବେଲଗୁଣ୍ଠା ବନ୍ଦ

ଘମୁସର ଜିଲ୍ଲା ଦାବି ନେଇ ୧୨ ଘଣ୍ଟିଆ ବେଲଗୁଣ୍ଠା ବନ୍ଦ

ଘୁମୁସର ଜିଲ୍ଲା ଦାବି ନେଇ ବେଲଗୁଣ୍ଠା ଓ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସଙ୍ଗଠନ ତରଫରୁ ହୋଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି ।ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହିତ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ୍ ଓ ବିଦ୍ୟାଳୟ ଗୁଡ଼ିକ ବନ୍ଦ ଥିବା ଲକ୍ଷ୍ୟ କରାଯାଇଥିଲା । ପୁର୍ବରୁ ଭଞ୍ଜନଗର,ସୋରଡା ଓ ଜଗନ୍ନାଥ ପ୍ରସାଦ ବନ୍ଦ ହୋଇଥିବା ବେଳେ ଆଜି ଶାନ୍ତିପୂର୍ଣ୍ଣ ଭାବେ ବେଲଗୁଣ୍ଠା ବନ୍ଦ ପାଳନ ହୋଇଯାଇଛି । ବେଲଗୁଣ୍ଠା ବଣିକ ସଙ୍ଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ ଓ ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କ ନେତୃତ୍ବରେ ଘୁମୁସର ବାହିନୀ,ବେଲଗୁଣ୍ଠା ପ୍ରେସ୍ କ୍ଳବ, ଓ ଅଂଚଳର ବିଭିନ୍ନ ସଂଗଠନ ତରଫରୁ ବେଲଗୁଣ୍ଠା ସହର ଓ ବ୍ଳକର ଗୋବରା ଠାରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି ।ସକାଳ ୬ ଠାରୁ ବେଲଗୁଣ୍ଠାର ଜଗନ୍ନାଥ ପ୍ରସାଦ ଛକ, ବ୍ଳକ ଛକ, ବାଲିଡି ବିଦ୍ୟାଳୟ ନିକଟ ଓ ବ ଗୋବରା ଠାରେ ସଙ୍ଘର ବିଭିନ୍ନ ସଦସ୍ୟ ମାନେ ବ୍ୟାନର୍ ଟଙ୍ଗାଇ ରାସ୍ତାରୋକ କରିଥିଲେ । ଗୋବରା ମୁଖ୍ୟ ରାସ୍ତାରେ ବିଭୁପାଦ ଜେନା,ଗୋପାଳ ଲେଙ୍କା, ପଞ୍ଚାନନ ନାୟକ, ଭି.ଦିଲିପ କୁମାର ରାଜୁ, କୁଞ୍ଜ ବିହାରୀ ନାୟକଙ୍କ ନେତୃତ୍ବରେ ବନ୍ଦ ପାଳନ ହୋଇଥିଲା । ଫଳରେ ବେଲଗୁଣ୍ଠା ଅଞ୍ଚଳ ବାସୀ, ବଣିକ ସଂଘ, କବିସମ୍ରାଟ ଅଟୋ ଆସୋସିଏସନ୍ ,ପରିବା ବ୍ୟବସାୟୀ ସଙ୍ଘ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱତଃ ପ୍ରବୃତ ଭାବେ ବନ୍ଦକୁ ସମର୍ଥକ କରି ଦୋକାନ ବଜାର ବନ୍ଦ କରିଥିଲେ ।

ବେଲଗୁଣ୍ଠା ଥାନାଧିକାରୀ ବନବିହାରୀ ପ୍ରଧାନ ଓ ସେକେଣ୍ଡ ଅଫିସର ଅଭୟ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ମିଳିତ କ୍ରିୟାନୁଷ୍ଠାନ କମିଟି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ, ସମ୍ପାଦକ ପ୍ରକାଶ ସାହୁ, ସଦସ୍ୟ ରବି ସାମନ୍ତରା, ଘୁମୁସର ବାହିନୀର ନଚିକେତା ପ୍ରଧାନ,ବିଶ୍ୱମ୍ବର ଜେନା,ଅରକ୍ଷିତ ପରିଛା ଓ ରୋଟାରୀ କ୍ଳବ୍ ସହକାରୀ ପ୍ରାନ୍ତପାଳ ଭି.ଦେବୀ ପ୍ରସାଦ ପାତ୍ର, ସମାଜସେବୀ ମନୋରଞ୍ଜନ ପାଣିଗ୍ରାହୀ,ସାଇ ଆଇ.ଟି.ଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ପୂର୍ବତନ ଉପ-ନଗରପାଳ ପ୍ରଶାନ୍ତ କୁମାର ସାହୁ, ସୁରେନ୍ଦ୍ର କୁମାର ନାୟକ, ବୁଲୁ ବିଶ୍ୱାଳ, ପ୍ରଶାନ୍ତ ପଣ୍ଡା, ସନ୍ତୋଷ କୁମାର ସାହୁ,ମାଁ ବୁଢାକେନ୍ଦୁ ଆଞ୍ଚଳିକ ଯୁବକ ସଂଘ ସଭାପତି ପଞ୍ଚାନନ ନାୟକ, ନିଲୁ ପାତ୍ର, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସହ ସମ୍ପାଦକ ସରୋଜ ଶତପଥୀ, ସୁଶାନ୍ତ କୁମାର ବେହରା, ଚନ୍ଦନ କୁମାର ସାହୁ, ନାରାୟଣ ପଣ୍ଡା, ଶିବରାମ ଚୌଧୁରୀ, କୃଷ୍ଣଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ସାହୁ, ମନୋରଞ୍ଜନ ମହାରଣା,ପ୍ରଦୀପ କୁମାର ଚୌଧୁରୀ, ତୋଫାନ କୁମାର ସାହୁ ଓ ଯୁବ ସଂଗଠକ କାଶୀନାଥ ସାହୁ ପ୍ରମୁଖ ଉପସ୍ଥିତ ରହି ବନ୍ଦ ପାଳନ ଶାନ୍ତିଶୃଙ୍ଖଳା ସହିତ ସମାପ୍ତ କରିଥିଲେ ।

ରିପୋର୍ଟ -ସରୋଜ ଶତପଥୀ

author

Related Articles

Leave a Reply

Your email address will not be published. Required fields are marked *