ଘରେ ପସି କଳାକନା ବୁଲାଇଲେ ଦୁର୍ବୁତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । ପୁରୁଣାକଟକ ଥାନାରେ ଅଭିଯୋଗ ପରେ ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଚି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଖଣ୍ଡହତା ଗ୍ରାମର ଅଶୋକ ପ୍ରଧାନ ନିଜ ଘରେ ସୋଇଥିବା ସମୟରେ କିଛି ଦୁର୍ବୁତ୍ତ ଚତୁରତା ର ସହ ଆସି ଘରେ ଥିବା ମୂଲ୍ୟବାନ ଜିନିଷ ଲୁଟ କରିଥିଲେ । ମୋଟ 4ରି ଭରି ସୁନା ନେଇ ବକ୍ସ କୁ ଘର ଆଗରେ ଫିଙ୍ଗିଦେଇ ଚାଲି ଯାଇଥିଲେ ଦୁର୍ବୁତ । ଯାହାରକି ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳ ରେ ବୌଦ୍ଧ ଏସ ଡି ପି ଓ ମଧ୍ୟ ପହଁଚି ଥିଲେ ଏବଂ ଖୁବଶୀଘ୍ର ଲୁଟେରାଙ୍କୁ କାବୁ କରାଯିବ ବୋଲି ଥାନା ଅଧିକାରୀ ସାରଦା ଦାସ ସୂଚନା ଦେଇଛନ୍ତି l ତେବେ ଆସନ୍ତୁ ଦେଖିବା ସେଇ ଦୃଶ୍ୟ କୁ କିପରି ସନ୍ଧନୀ କୁକୁର ସାହାଯ୍ୟ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା..

You can share this post!
author
Related Articles
ବୌଦ୍ଧରେ ପୁଣି ମାଓକ୍ୟାମ୍ପ ଠାବ
- November 30, 2024
ସ୍କୁଲ ଆଗରେ ଧାରଣାରେ ବସିଲେ ଗୁରୁମା
- October 27, 2024