ଘରେ ପହଞ୍ଚିଲେ ଅମ୍ଲାନ ଭୋଇ । ଯୁବ ଡାକ୍ତର ଅମ୍ଳାନ ଭୋଇ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବରେ କାର୍ଯ୍ୟକରୁଥିଲେ l ସୂଚନା ମୁତାବକ ଡାକ୍ତର ଅମ୍ଳାନ ଗତ 1 ତାରିଖ ରାତ୍ରଠାରୁ ତାଙ୍କର ଖବର ମିଳୁନଥିଲା । ଡାକ୍ତର ଅମ୍ଳାନ ଭୋଇ ଙ୍କୁ କୌଣସି ଦୁର୍ବୁତ୍ତ ଅପହରଣ କରି ନେଇଥିବା ଜଣା ପଡ଼ିଥିଲା l ବାପା ଅବନି ଭୋଇ ଜଣେ ଛୋଟ ବ୍ୟବସାୟୀ ହୋଇଥିବା ବେଳେ ଓ ମାଆ ଟିକାବାଲି ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଭାବରେ କାର୍ଯ୍ୟ କରୁଛନ୍ତି l ଅପହରଣ ହେବାର ଦୀର୍ଘ ଦିନ ପରେ ବି ଡାକ୍ତରଙ୍କ ପତ୍ତା ମିଳୁନଥିଲା । ଏଣୁ ବାପା ମାଆ ରାଜ୍ୟ ସରକାର, ମାଲକାନଗିରି ଜିଲ୍ଲା ପ୍ରଶାସନ କୁ ନିବେଦନ କରି ଏବଂ ସ୍ଥାନୀୟ ଟିକାବାଲି ଥାନା ରେ ଏକ ଲିଖିତ ଅଭିଯୋଗ କରି, ପୁଅ କିପରି ସୁରକ୍ଷିତ ଭାବ ରେ ନିଜ ବାପା ମାଆ କୁଳ କୁ ଫେରିବ ସେଥିପାଇଁ ସମସ୍ତ ଙ୍କ ଆଗରେ ଗୁହାରି କରୁଥିଲେ ଯାହା ସଫଳ ହୋଇଛି l ତେବେ ଦୁଇଦିନ ତଳେ ଡାକ୍ତରଙ୍କର ଖବର ପାଇଥିଲା ପୋଲିସ । ଅପହୃତ ଡାକ୍ତରଙ୍କୁ କର୍ଣ୍ଣାଟକରୁ ଠାବ କରାଯାଇଛି । ଏ ନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି । ସେ ସୁରକ୍ଷିତ ଏବଂ ସ୍ୱାଭାବିକ ଅଚନ୍ତି ତାଙ୍କୁ ଠାବ କରାଯାଇ ମାଲକାନାଗିରି ଅଣାଯାଇଛି । ଏବଂ ସେ ଆଜି ସୁରକ୍ଷିତ ଭାବେ ତାଙ୍କ ଘରେ ପହଞ୍ଚିଛନ୍ତି ।

You can share this post!
author