କଣ ଆପଣ ଘରେ ହେୟାର ଷ୍ଟ୍ରେଟେନିଙ୍ଗ କରିବାକୁ ଚାହୁଁଛନ୍ତି କି ? ଘରେ ହେୟାର ଷ୍ଟ୍ରେଟେନିଙ୍ଗ କ୍ରିମ ପ୍ରସ୍ତୁତ କରିବାର ଉପାୟ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହି ଭିଡିଓ ମାଧ୍ୟମରେ । ଆଜିକାଲି ଚୁଟିକୁ ସିଧା କରିବା ବା ହେୟାର ଷ୍ଟ୍ରେଟେନିଙ୍ଗ କରିବା ଏକ ଟ୍ରେଣ୍ଡ ହୋଇଗଲାଣି । କିନ୍ତୁ ପାର୍ଲରରେ ଏହା କରିବା ପାଇଁ ମୋଟା ଅଙ୍କର ଟଙ୍କା ଦେବାକୁ ପଡୁଛି । ଏହା ପରେ ଷ୍ଟ୍ରେଟେନିଂ କେଶର ଯତ୍ନ ନେବା ପାଇଁ ମଧ୍ୟ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । କିନ୍ତୁ ଏହାର ମଧ୍ୟ ଘରୋଇ ଉପଚାର ରହିଛି । ଯାହା କେମିକାଲ ଫ୍ରି ହେବା ସହ କେଶକୁ ସୁନ୍ଦର କରିଥାଏ । ତେବେ ଆସନ୍ତୁ ଜାଣିବା କିପରି ଘରେ ଆପଣ ପ୍ରସ୍ତୁତ କରିବେ ହେୟାର ଷ୍ଟ୍ରେଟେନିଙ୍ଗ ମାସ୍କ ।
ତେବେ ଆପଣ ନିଜ ଚୁଟିକୁ ସିଧା କରିବାକୁ ଚାହୁଁଥିଲେ କଦଳୀ ଏବଂ ଦୁଇ ଚାମଚ ମହୁ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଅଧା ଘଂଟା ପରେ ଏହି ପେଷ୍ଟକୁ ଭଲଭାବରେ ଲଗାଇ ଧୋଇ ଦିଅନ୍ତୁ । ଏହି ମାସ୍କକୁ ଯଦି ଆପଣ ପ୍ରତି ସପ୍ତାହରେ ଲଗାନ୍ତି ତେବେ କିଛି ଦିନପରେ ଆପଣଙ୍କ କେଶ ସିଧା ହେବାକୁ ଲାଗିବ ।
ଆଲୋବେରା ଜେଲ୍ ଏବଂ ନଡିଆ ତେଲକୁ କିଛି ସମୟ ମିଶାଇକି ରଖନ୍ତୁ । ଏହାପରେ ଏହାକୁ କେଶରେ ଭଲଭାବରେ ଲଗାଇ ତାକୁ ଘଣ୍ଟାଏ ଯାଏଁ ଛାଡିଦିଅନ୍ତୁ । ଏହାପରେ ମାଇଲ୍ଡ ସାମ୍ପୁ ଏବଂ ନର୍ମାଲ ପାଣିରେ କେଶକୁ ଧୋଇଦିଅନ୍ତୁ । ଏହି ମାସ୍କକୁ ସପ୍ତାହରେ ଦୁଇଥର କେଶରେ ଲଗାନ୍ତୁ ।
ଏକ ଚତୁର୍ଥାଂଶ କପ୍ ନଡିଆ ରସ ଏବଂ ଏକ ବଡ ଚାମଚ ଲେମ୍ବୁର ରସ ମିଶାଇ ଦିଅନ୍ତୁ ଓ ଫ୍ରିଜରେ ରଖିଦିଅନ୍ତୁ । ଗୋଟେ ଦିନ ପରେ ଏହାକୁ କେଶରେ ଲଗାନ୍ତୁ । କେଶରେ ଏହାକୁ ୩୦ ମିନିଟ ରଖିବା ପରେ ନର୍ମାଲ ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ । ଏପରି ଆପଣ ସପ୍ତାହକୁ ଦୁଇ ତିନି ଥର ଲଗାଇପାରିବେ ।
ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ ୫ ଚାମଚ ଚାଉଳ ଗୁଣ୍ଡ ନେଇ ଏହାକୁ କ୍ଷୀରରେ ମିଶାଇ ଦିଅନ୍ତୁ । ଏହି ମାସ୍କ ପ୍ରସ୍ତୁତ ହୋଇଯାଇଛି । ଏହାକୁ ଭଲ ଭାବରେ କେଶରେ ଲଗାଇଦିଅନ୍ତୁ । ଏହାପରେ ଏହାକୁ ଘଣ୍ଟେ ପରେ ଧୋଇଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଚୁଟିରେ ପରିବର୍ତନ ନିଶ୍ଚୟ ନଜର ଆସିବ ।