ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥ ରାଇସିଂ ଛକଠାରେ ଏକ ଘରୋଇ ବସ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଚାଲିଯାଇ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯାହାଫଳରେ ଗାଡ଼ି ମଧ୍ୟରେ ଥିବା ୩୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ବେଳେ ୧୧ ଜଣ ଯାତ୍ରୀ ଆହତ ଓ ୨ଜଣ ଯାତ୍ରୀ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ପ୍ରକାଶ ଥାଉ କି , ଗୁରୁବାର ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ଗଦାପୁର ଗାଁଠାରୁ ବ୍ରହ୍ମପୁର ଅଭିମୁଖେ ବିକ୍ରାନ୍ତ ନାମକ ଏକ ଘରୋଇ ବସ ଦୃତ ଗତିରେ ଆସୁଥିବା ବେଳେ ମୋହନା ଥାନା ଅନ୍ତର୍ଗତ ରାଇସିଂ ଛକ ନିକଟରେ ଅପରପାର୍ଶ୍ଵରୁ ଆସୁଥିବା ଏକ କାରକୁ ସାଇଡ୍ ଦେବାକୁ ଯାଇ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଯାଇ ଏକ ଗଛରେ ପିଟି ହୋଇଯାଇଥିଲା। ଯାହା ଫଳରେ ଗାଡ଼ିରେ ବସିଥିବା ପ୍ରାୟ ୩୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୨ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଖବର ପାଇ ଘଟଣାସ୍ଥଳରେ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଅଗ୍ନିଶମ ବାହିନୀ,୧୧୨ ଓ ୧୦୮କୁ ଖବର ଦେଇଥିଲେ। ଖବର ପାଇ ବିଭାଗୀୟ ଅଧିକାରୀମାନେ ପହଞ୍ଚି ସମସ୍ତ ଆହତ ଓ ଗୁରୁତର ଯାତ୍ରୀମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେମାନଙ୍କ ମଧ୍ୟରୁ ଉଷା ପାଇକ (୧୯) ଓ ଅନିଲ ବୀର(୩୦) ଗୁରୁତର ଥିବାରୁ ଉଭୟଙ୍କୁ ଚିକିତ୍ସା ଅଧିକାରୀ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ବସ ଚାଳକ ଓ ଅନ୍ୟାନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି।

You can share this post!
author
Related Articles
କାଟିଲେ ବୋହିଲେ ସରୁନି ନୀଳଜହର
- November 12, 2024
ରାସ୍ତାରୋକ କଲେ ଅଞ୍ଚଳବାସୀ
- November 11, 2024
ଗଞ୍ଜେଇ ଓ ଭାଙ୍ଗ ଜବତ
- November 6, 2024