ରାଜ୍ୟରେ ବହିଲାଣି ନିର୍ବାଚନର ପବନ । ଗୋଟିଏ ଦଳରୁ ଅନ୍ୟଦଳକୁ ଡିଆଁ ମାରୁଛନ୍ତି ନେତାମନ୍ତ୍ରୀ । ବିଜେପି ଛାଡିଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରାଜ୍ୟ ବିଜେପି ସଭାପତିଙ୍କୁ ନିଜ ଇସ୍ତଫାପତ୍ର ପଠାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁକାନ୍ତ । ଏହାପୂର୍ବରୁ ୨୦୧୯ରେ ବିଜେପି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁକାନ୍ତ । ଏହାପୂର୍ବରୁ ୨୦୧୪ରେ ବିଜେଡି ଟିକେଟରୁ ମଧ୍ୟ ବିଧାୟକ ହୋଇଥିଲେ ସୁକାନ୍ତ । କିନ୍ତୁ ୨୦୧୯ରେ ଦଳ ଟିକେଟ ନ ଦେବାରୁ ବିଜେପିରେ ସାମିଲ ହୋଇ ଲଢିବା ସହ ବିଧାୟକ ହୋଇଥିଲେ ସୁକାନ୍ତ । ବିଜେପିରୁ ଇସ୍ତଫା ଦେବା ପରେ ସୁକାନ୍ତ ପୁଣିଥରେ ବିଜେଡି ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

You can share this post!
author
Related Articles
ବିଶ୍ୱ ପରିବେଶ ଦିବସ ପାଳନ …
- June 5, 2025
ତେଜୁଛି ନିମାପଡା ରାଜନୀତି…
- June 5, 2025