ଘୁଞ୍ଚି ଘୁଞ୍ଚି ଯାଉଛି ବିଜେପିର ସଭାପତି ଘୋଷଣା ତାରିଖ । ପ୍ରଥମେ ଜାନୁଆରୀରେ ସଭାପତିଙ୍କ ନାଁ ଘୋଷଣା ନେଇ କୁହାଯାଉଥିଲା ଆଉ ଏବେ ଫେବୃଆରୀରେ ଘୋଷଣା ହେବା ନେଇ ସୂଚନା ମିଳିଛି । ଏ ସମ୍ପର୍କରେ ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଆସନ୍ତା ଫେବୃଆରୀ ମାସ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ । ତେବେ ରାଜ୍ୟ ବିଜେପିର ନୂଆ ମଙ୍ଗୁଆଳ ମନମୋହନ ସାମଲ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଥିଲେ ମଧ୍ୟ ସେସମ୍ପର୍କରେ କୌଣସି ସ୍ପଷ୍ଟତା ମିଳିନି । ଏବଂ ଏହି ରେସରେ ଦଳର ଅନ୍ୟ ତୁଙ୍ଗ ନେତା ଲାଇନରେ ଥିବା ଚର୍ଚ୍ଚା ଚାଲିଛି । ତେବେ ଦଳର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ମାସ ଏହି ସସପେନ୍ସ ଉପରୁ ପରଦା ହଟିବା ନେଇ ସୂଚନା ମିଳିଛି । ଏଥିପାଇଁ ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସିବେ । ନୂଆ ସଭାପତିଙ୍କ ନାଁ ସହ ବାକି ୧୪ ଜିଲ୍ଲାରେ ସଭାପତି ନାଁ ମଧ୍ୟ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି କନ୍ଧମାଳ ସାଂସଦ ତଥା ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ।

You can share this post!
author