ଚରମସୀମାରେ ଦିଦିଙ୍କ ମନମାନି ସାବାଡ କରିବେ ନବୀନ !

ଚରମସୀମାରେ ଦିଦିଙ୍କ ମନମାନି ସାବାଡ କରିବେ ନବୀନ !

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ଏବେ ଦିଦିଙ୍କୁ ମହାଙ୍ଗା ପଡିଛି । ବିବାଦ ଥମିବା ବଦଳରେ ମମତା ଦିଦିଙ୍କ ଜଗନ୍ନାଥ ଧାମକୁ ନେଇ ଅଧିକ ବିବାଦ ତେଜିବାରେ ଲାଗିଛି । କୋଟି ଓଡିଆଙ୍କ ପ୍ରାଣକେନ୍ଦ୍ର,ଅସଂଖ୍ୟ ଭକ୍ତଙ୍କ ହୃଦୟର ଦେବତା ଶ୍ରୀଜଗନ୍ନାଥକୁ ନେଇ ମମତା ଦିଦି ଆରମ୍ଭ କରିଥିବା ରାଜନୈତିକ ପାଲା ଏବେ ଚରମ ସୀମାରେ ପହଞ୍ଚିଛି । ମନମାନି କରି ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ଏହାପରେ ଏହାକୁ ଜଗନ୍ନାଥ ଧାମ ନାମରେ ନାମକରଣ କରିବା ପରେ ତେଜିଥିଲା ରାଜଧାନୀ । ଦିଦିଙ୍କ ନାଁରେ ଜଳିଥିଲା ବିଦ୍ରୋହର ବହ୍ନି । ଯାହା କମିବା ବଦଳରେ ଧିରେ ଧିରେ ବଢିବାରେ ଲାଗିଛି । ବାରମ୍ୱାର ଦିଦିଙ୍କ ବୟାନବାଜି ଅଡୁଆ ବଢାଉଛି । ଓଡିଶାରୁ ମମତା ଦିଦିଙ୍କୁ ବାରମ୍ୱାର ତାଗିଦ କରାଯିବା ସତ୍ତ୍ୱେ ଦୀଘାର ଜଗନ୍ନାଥ ମନ୍ଦିରରୁ ଜଗନ୍ନାଥ ଧାମର ଲେଖା ଉଠିଲା ନାହିଁ । ପୁରୀ ଜଗନ୍ନାଥ ମନ୍ଦିରରୁ ଦାରୁ ଚୋରି ଅଭିଯୋଗ ହେବା ପରେ ମୁହଁଫୁଟାଣି ଦେଖାଇଥିଲେ ମମତା ଦିଦି । ମୋହନ ସରକାରଙ୍କୁ କଟାକ୍ଷ କରି ମମତା କହିଥିଲେ ସେ କାଠ ଚୋରି କରିନାହାନ୍ତି ଯଦି ସେ ସେମିତି କିଛି କରିଥିବେ ତେବେ କାନ ଧରି ବସଉଠ ହେବେ ।

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ଏତେ ବିବାଦ ଉପୁଜିବା ପରେ ବି ମମତା ଦିଦିଙ୍କ ମୁହଁ ଫୁଟାଣି ଭାଙ୍ଗିନାହିଁ । ତେବେ ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ନେଇ ଓଡିଶାରେ ଉତ୍ତେଜନା ସୃଷ୍ଟି ହୋଇଛି । ପୁରୀରେ ମମତା ବିରୋଧି ନାରା ଦେଇଛନ୍ତି ଜଗନ୍ନାଥ ସେନା । ମୁଖ୍ୟମନ୍ତ୍ରୀ ଚିଠି ଲେଖିଲେ,ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦିଦିଙ୍କୁ ତାଗିଦ କରାଗଲା ହେଲେ ସବୁ ପରେ ବି ଅମାନିଆ ମମତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ଜଗନ୍ନାଥ ସେନା । ଗୋଟିଏ ପଟେ କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁଙ୍କୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି ହେଲେ ଏନେଇ ମୁହଁ ଖୋଲିନାହାନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ଅମାନିଆ ଦିଦିଙ୍କୁ ସାବାଡ କରିବାକୁ ନବୀନ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *