ଚର୍ଚ୍ଚରେ ବଡଦିନ ପାଳିଲେ ନବୀନ…

ଚର୍ଚ୍ଚରେ ବଡଦିନ ପାଳିଲେ ନବୀନ…

ବଡଦିନରେ ଚର୍ଚ୍ଚରେ ନଜର ଆସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖ୍ରୀଷ୍ଟମାସ ଅବସରରେ ସମସ୍ତ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ବଡଦିନର ଶୁଭେଚ୍ଛା ଜଣାଇବା ସହ କ୍ୟାଣ୍ଡେଲ ଜାଳି , କେକ୍ କାଟି ଖ୍ରୀଷ୍ଟମାସ ସେଲିବ୍ରେଟ କରିଛନ୍ତି ନବୀନ । ଭୁବନେଶ୍ୱରସ୍ଥିତ ସତ୍ୟନଗର ଚର୍ଚ୍ଚରେ ନବୀନ ଖ୍ରୀଷ୍ଟମାସ ସେଲିବ୍ରେଟ କରିଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ବିଜେଡି ସୁପ୍ରିମୋଙ୍କ ସହ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ବିଜେଡି ନେତା ମନ୍ମଥ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ । ଆଉ ଏହି ସମୟରେ ନବୀନଙ୍କୁ ଦେଖିବାକୁ ପ୍ରବଳ ଭିଡ ମଧ୍ୟ ଲାଗିଥିଲା । ଭୁବନେଶ୍ୱରରେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ବର୍ଷାରେ ବି ନବୀନ ବାହାରକୁ ଆସିବା ଏବଂ ସମସ୍ତଙ୍କ ସହ ଖ୍ରୀଷ୍ଟମାସ ସେଲିବ୍ରେଟ କରିଥିବାରୁ ଏହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *