ଚର୍ଚ୍ଚାରେ ଦୁଇ ମନ୍ତ୍ରୀଙ୍କ ବୟାନବାଜି…

ଚର୍ଚ୍ଚାରେ ଦୁଇ ମନ୍ତ୍ରୀଙ୍କ ବୟାନବାଜି…

ପୁଣି ଥରେ ଗୋଟିଏ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଲେ ବିଜେପି ମନ୍ତ୍ରୀ । ଧାନ କିଣା ପ୍ରସଙ୍ଗକୁ ନେଇ କିଏ କହୁଛି ସତ? ସ୍ୱାସ୍ଥ୍ୟ ମନ୍ତ୍ରୀ ନା ଖାଦ୍ୟ ଯୋଗାଣ ମନ୍ତ୍ରୀ ? ନୂଆ ସରକାରରେ ଚାଷୀଙ୍କୁ ଖୁସି କରିବାକୁ ଯାଇ ମଣ୍ଡିରୁ ଧାନ କିଣିବା ସହ ଧାନକିଣା ଏମଏସପି ବୃଦ୍ଧି କରିବା ନେଇ ଘୋଷଣା ହୋଇଥିଲା । କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ସରକାର ଧାନ କିଣିବାର ପ୍ରକ୍ରିୟା ଆରମ୍ଭ ନେଇ ବରଗଡରେ ଏକ ବିଶାଳ ସଭା ମାଧ୍ୟମରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟନି ଛଟନି ହେବନି , ଦୁର୍ନୀତି ମୁକ୍ତ ଭାବରେ ଧାନ କିଣାଯିବା ନେଇ ବିଜେପି ନେତାମାନେ ଗଣମାଧ୍ୟମରେ କହି ଆସୁଥିଲେ । କିନ୍ତୁ ବାସ୍ତବରେ ଏଭଳି କିଛି ବି ହେଉନି । ଧାନ ମଣ୍ଡିରେ ଅବ୍ୟବସ୍ଥା କାରଣରୁ ଟିକିଏ ବର୍ଷା ହେଲେ ଧାନ ବସ୍ତା ଗୁଡିକ ଓଦା ହୋଇଯାଉଛି । ବର୍ଷା ପାଣିରେ ଧାନ ଗୁଡିକ ସେପରି ପଡି ରହୁଛି । ମିଲରମାନେ ସରାକାରୀ ନିୟମକୁ ଅବମାନନା କରିବା ସହ ମନଇଚ୍ଛା ଧାନ କିଣୁଛନ୍ତି । ଏବଂ ଏହାକୁ ନେଇ ଚାଷୀ ଅସନ୍ତୁଷ୍ଟ ରହିବା ସହ ସାଧାରଣରେ ସରକାରଙ୍କୁ ତୀବ୍ର ନିନ୍ଦା କରାଯାଉଛି । କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଯାହା ପ୍ରତିଶୃତି ଦେଇଥିଲୁ ତାହା ଆମେ କରୁଛୁ । ଧାନ କିଣାରେ ୩୧୦୦ ଟଙ୍କା କହିଥିଲୁ ତାହା ପୂରଣ କରି ଦେଖାଇଛୁ ।

ସେପଟେ ବାରମ୍ବାର ଧାନ କିଣାକୁ ନେଇ ମନ୍ତବ୍ୟ ପରିବର୍ତନ କରୁଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କେତେବେଳେ ସରକାର ଚାଷୀଙ୍କ ଠାରୁ ବିନା ଦ୍ୱନ୍ଦ୍ୱରେ ଧାନ କିଣିବା ନେଇ ମନ୍ତବ୍ୟ ଦେଉଛନ୍ତି ତ ଆଉ କେତେବେଳେ ଏଫକ୍ୟୁ ମାନ ଅନୁଯାୟୀ ଧାନ କିଣାଯିବ ଏବଂ କଟନି ଛଟନି ହେବା ନେଇ ପରୋକ୍ଷରେ ଗଣମାଧ୍ୟମରେ ବୟାନ ଦେଉଛନ୍ତି । ଯାହା ଏବେ ଦ୍ୱନ୍ଦ୍ୱ ବଢାଇଛି ।

author

Related Articles

Leave a Reply

Your email address will not be published. Required fields are marked *