ଦଶହରା ବଜାରରେ ମାର୍କେଟ ଘାଣ୍ଟୁଛି ଲିଓ ଚଳଚ୍ଚିତ୍ର । ସାଉଥ୍ ସୁପରଷ୍ଟାର ବିଜୟ ଥାଲାପତି କେବଳ ଦକ୍ଷିଣ ଭାରତ ନୁହେଁ ସାରା ଭାରତରେ ଚର୍ଚ୍ଚା ସାଉଁଟୁଛନ୍ତି । ବକ୍ସ ଅଫିସରେ ଧମାଲ ମଚାଉଛି ଲିଓ ।
ହଁ ଦର୍ଶକବନ୍ଧୁ ଆମେ କହୁଛୁ ସାଉଥ ସୁପରଷ୍ଟାର ବିଜୟ ଥାଲାପତିଙ୍କ କଥା । ତାଙ୍କ ଅଭିନୀତ ଲିଓ ଚଳଚ୍ଚିତ୍ର ଅକ୍ଟୋବର 19ରେ ରିଲିଜ ହୋଇଥିଲା ଯାହା ଏବେ ରେକର୍ଡ ବ୍ରେକ କରୁଛି । ଯାହାକୁ ଦର୍ଶକଙ୍କଠାରୁ ଖୁବ ଭଲପାଇବା ମିଳୁଛି । ଶାହାରୁଖଙ୍କ ଫିଲ୍ମ ଜବାନ ପରି ଗତ ଦିନ ମଧ୍ୟରେ ଫିଲ୍ମର ଆୟ ମଧ୍ୟ ଜବରଦସ୍ତ ହୋଇଛି । ତେବେ ପ୍ରଥମ ଦିନ ତୁଳନାରେ ଦିତ୍ୱୀୟ ଓ ତୃତୀୟ ଦିନର ରୋଜଗାର ମାନ୍ଦା ପଡିଥିଲେ ମଧ୍ୟ ରେକର୍ଡ ବ୍ରେକିଂ ରୋଜଗାର ଜାରି ରହିଛି । ତିନି ଦିନରେ ଏହି ଫିଲ୍ମର ଆୟ 150 କୋଟି ଟଙ୍କା ଅତିକ୍ରମ କରିଛି । ବକ୍ସ ଅଫିସର ତଥ୍ୟ ଅନୁଯାୟୀ ବିଜୟଙ୍କର ଲିଓ ତୃତୀୟ ଦିନରେ 40 କୋଟି ଟଙ୍କା ରୋଜଗାର କରିଛି । ତିନି ଦିନର ରୋଜଗାର ପରେ, ଭାରତରେ ‘ଲିଓ’ର ମୋଟ୍ ସଂଗ୍ରହ କରିଛି୧୪୦.୦୫ କୋଟି । ତେବେ ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ରୋଜଗାର ୨୧୨.୭ କୋଟି ଟଙ୍କା ଅତିକ୍ରମ କରିଛି, ଯାହା ରେକର୍ଡ ବ୍ରେକିଂ ରୋଜଗାର ଅଟେ । ଯଦି ପ୍ରଥମ ଦିନ କଥା କହିବା ଚଳଚ୍ଚିତ୍ରଟି ତାମିଲରେ ୪୮.୯୬ କୋଟି, ତେଲୁଗୁରେ ୧୨.୯ କୋଟି, ହିନ୍ଦୀରେ ୨.୮ କୋଟି ଏବଂ କନ୍ନଡରେ ୧୪ ଲକ୍ଷ ଟଙ୍କା ବ୍ୟବସାୟ କରି ମୋଟ୍ ୬୪.୮ କୋଟି ଟଙ୍କା ସଂଗ୍ରହ କରିଥିଲା। ସେହିପରି ଦ୍ୱିତୀୟ ଦିନରେ ଫିଲ୍ମ ୩୫.୨୫ କୋଟି ଟଙ୍କା ଆୟ କରିଥିବାବେଳେ ସେଥିମଧ୍ୟରୁ କେବଳ ତାମିଲରେ ୨୯.୦୪ କୋଟି, ତେଲୁଗୁ ଭାଷାରେ ୪.୫ କୋଟି, ହିନ୍ଦୀରେ ୧.୬ କୋଟି ଏବଂ କନ୍ନଡରେ ୧୧ ଲକ୍ଷ ଟଙ୍କା ସଂଗ୍ରହ କରିଥିଲା।
ତେବେ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଶାହାରୁଖଙ୍କ ଚଳଚ୍ଚିତ୍ର ଜବାନକୁ କଡା ଟକ୍କର ଦେଉଛି ବିଜୟଙ୍କ ଲିଓ ଚଳଚ୍ଚିତ୍ର । ଆଗକୁ ବକ୍ସ ଅଫିସରେ ଲିଓ କେତେ ଧମାଲ ମଚେଇବା ଦେଖିବାକୁ ବାକି ରହିଲା ।
