ଚାଉଳ ନେବାକୁ ଆସି ଫେରିଗଲେ ହିତାଧିକାରୀ

ଚାଉଳ ନେବାକୁ ଆସି ଫେରିଗଲେ ହିତାଧିକାରୀ

ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ବିଳାସପୂର ପଂଚାୟତରେ ଗତ ପଞ୍ଚାୟତ ନିର୍ବାଚନ ଠାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଛି ତୁ ତୁ ମେଁ ମେଁ। ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଲେ ବିଲାସପୁର ଗ୍ରାମବାସୀ। ଚାଉଳ ନେବାକୁ ଆସି ଫେରିଗଲେ ହିତାଧିକାରୀ। ମିଳିଥିବା ସୂଚନା ଅନୁସାରେ ଉକ୍ତ ପଞ୍ଚାୟତକୁ ଲାଗିରହିଛି ଶିବମନ୍ଦିର । ସରକାରଙ୍କ ତରଫରୁ ନିର୍ମାଣ ହେବାକୁ ଥିବା ମିନି ବ୍ୟାଙ୍କ ନିର୍ମାଣ କରିବାକୁ ପଞ୍ଚାୟତ ପକ୍ଷରୁ ଶିବ ମନ୍ଦିର କିଛି ସ୍ଥାନ ଆବଶ୍ୟକ ହେଉଛି ଉକ୍ତ ସ୍ଥାନକୁ ମନ୍ଦିର କମିଟି ଓ ଗ୍ରାମବାସୀ ଜାଗା ଦେବାକୁ ମନା କରୁଥିବା ବେଳେ ପଞ୍ଚାୟତ ପକ୍ଷରୁ ତାହା ନିର୍ମାଣ କାର୍ଯ୍ୟ ଚାଲିଛି। ଉକ୍ତ ଘର ନିର୍ମାଣ ବନ୍ଦ କରିବାକୁ ଗ୍ରାମବାସୀ ଅଡ଼ିବସିଛନ୍ତି ।ହେଲେ ,କେହି ଗ୍ରାମବାସୀଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ପଂଚାୟତ କାର୍ଯ୍ୟାଳୟ ରେ ତାଲା ପକାଇ ଧାରଣା ରେ ବସିଛନ୍ତି ଗ୍ରାମବାସୀ l ତେବେ ଏଥି ପ୍ରତି ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବା ଶହ ଉକ୍ତ ସମସ୍ୟାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି। ଏ ସମ୍ପର୍କରେ ପଞ୍ଚାୟତରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚାରିବାରୁ ଏହି କାର୍ଯ୍ୟ କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି।ତେଵେ ଏହି ଘଟଣାକୁ ନେଇ ଆମେ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା।

author

Related Articles

Leave a Reply

Your email address will not be published. Required fields are marked *