ଯୁଦ୍ଧ ଭୟରେ ଥରିଲାଣି ପାକିସ୍ତାନ । ଭାରତର ପ୍ରସ୍ତୁତି ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କୁ ଲାଗିଲାଣି ଶକ୍ତ ଝଟକା । ଭାରତ କିଛି ଆକ୍ସନ ନେବା ପୂର୍ବରୁ ହିଁ ରିଆକ୍ସନ ଦେଖାଇଛି ପାକିସ୍ତାନୀ ସେନା । ହଁ ଦର୍ଶକବନ୍ଧୁ ଭାରତକୁ ସିନା ଆକ୍ରମଣ କଲା କିନ୍ତୁ ଶତ୍ରୁଦେଶ ପାକିସ୍ତାନ ଏବେ ଭୟରେ ଥରୁଛି । କୌଣସି ପରିସ୍ଥିତିରେ ଭାରତ ସରକାର ଯୁଦ୍ଧ ଘୋଷଣା କରିପାରନ୍ତି । ଆଉ ଭାରତର ଗୋଟିଏ ମିଶାଇଲରେ ଖିନଭିନ ହୋଇଯିବ ପାକିସ୍ତାନୀ ସାମ୍ରାଜ୍ୟ । ଯେଉଁ ଭୟରେ ମାଟି କାମୁଡି ପଡିଛି ପାକିସ୍ତାନ । ଗୋଟିଏ ପଟେ ଭାରତର ସୈନ୍ୟମାନେ ଯୁଦ୍ଧ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ଅପରପକ୍ଷେ ଶତ୍ରୁଦେଶ ପାକିସ୍ତାନ ସେନାରେ ଦେଖାଦେଇଛି ବଡ ବିଦ୍ରୋହ । ସାମୁହିକ ଭାବେ ଇସ୍ତାଫା ଦେଇଛନ୍ତି ଶହ ଶହ ପାକ୍ ସୈନ୍ୟ ।
ପହଲଗାମ ଉପରେ ଆତଙ୍କୀଙ୍କ ଆକ୍ରମଣ ପରେ ଭାରତର ଟାର୍ଗେଟ ପାକିସ୍ତାନ । କେଉଁ ମୁହୁର୍ତ୍ତରେ ବି ପାକ୍ ମାଟିରେ ଧସେଇ ପଶିବେ ଭାରତ ସୈନ୍ୟ । ଆଉ ଏହି ସମୟରେ ପାକ୍ ସେନାରେ ବଡ ଧରଣର ବିବାଦ ଦେଖାଦେଇଛି । ଯୁଦ୍ଧ ଡରରେ 100ରୁ ଅଧିକ ଅଧିକାରୀ ଏବଂ 500ରୁ ଅଧିକ ସୈନ୍ୟ ସାମୂହିକ ଭାବେ ଇସ୍ତଫା ଦେଇଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ପାକିସ୍ତାନୀ ସୀମାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ସେନାଙ୍କ ଇସ୍ତଫା ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି ।
ଭାରତ ଯୁଦ୍ଧ ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଛି । ରାଫେଲ କିଣିବା ସହିତ ସମସ୍ତ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଛି । ସେପଟେ ଭାରତର ଦୁଇ ଲଢୁଆ ବିମାନ ଆଇଏମନଏସ ବିକ୍ରାନ୍ତରେ ମଧ୍ୟ ମିଶାଇଲ ପରୀକ୍ଷଣ ଚାଲୁ ରହିଛି । ଚର୍ଚ୍ଚା ବୋଧହୁଏ ଏ ସବୁ ଦେଖିବା ପରେ ପାକ୍ ପାଖରେ ମୁଣ୍ଡ ନୁଆଁଇବା ଛଡା ଅନ୍ୟ କିଛି ଉପାୟ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନ ଘନ ବୈଠକ ଡାକିବା ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ଗୃହମନ୍ତ୍ରୀ । ଭାରତରୁ ପାକିସ୍ତାନୀଙ୍କୁ ବିଦା କରିବା ପାଇଁ ଦିଆଯାଇଥିବା ଡେଡଲାଇନ ଆଜି ଶେଷ ହେଉଛି । ତେବେ ଏପରି ପରିସ୍ଥିତିରେ ପାକ ମାଟିରେ ସୃଷ୍ଟି ହୋଇଛି କମ୍ପନ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ପାକିସ୍ତାନର ଏପରି ଆଚରଣ ।