ଚାକିରୀର ମିଥ୍ୟା ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏଭଳି ଅଭିଯୋଗ ପାଇବା ପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଠକ ଗ୍ୟାଙ୍ଗର ୯ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ରେଳ ବିଭାଗ, ଓଡିଶା ସେକ୍ରେଟାରିଏଟ୍ ଆଦି ସରକାରୀ ଚାକିରୀ କରାଇ ଦେବାକୁ କହି ଗଂଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ | ଏନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଗିରଫ କରିବାରେ ସଫଳ ହୋଇଥିବା ବେଳେ ଗିରଫ ମାନଙ୍କ ଠାରୁ ନକଲି ନିଯୁକ୍ତି ପତ୍ର, ସରାକରୀ ସିଲ, ଟଙ୍କା ସଂଗ୍ରହ ଡାଏରୀ, ଯୁବକ ମାନଙ୍କ ବାଓ ଡାଟା ଓ ଗୋଟିଏ କାର ଜବତ କରିଛି ପୋଲିସ । ଗିରଫ ଠକମାନେ ହେଲେ ଗୋପାଳପୁରର ଜଗଦିଶ କୁମାର ବେହେରା, ଆସିକା କାଳଷଣ୍ଢପୁରର ହୃଦୟାନନ୍ଦ ମୁନି, କେନ୍ଦ୍ରାପଡ଼ା ମର୍ଶାଘାଇର ଶିଶିର କୁମାର ମିଶ୍ର, ଆସିକା ନଳବଣ୍ଟାର ସୂର୍ଯ୍ୟକାନ୍ତ ବେହେରା , ଖୋର୍ଦ୍ଦା ବାଲିପାଟଣାର ସୁନୀଲ ବେହେରା , ଖୋର୍ଦ୍ଦା ବାଲିଅନ୍ତାର ପ୍ରକାଶ ସେଠୀ, ବାଲେଶ୍ୱର ଖଣ୍ଚପଡାର ସୁମନ୍ତ ପାତ୍ର , ଖୋର୍ଦ୍ଦା ବୁଦ୍ଧିପଡାର ଚୌଅନ ଜେନା ଓ ନୟାଗଡ଼ର ସନ୍ତୋଷ ନାୟକ । ଗିରଫ ଠକମାନେ ଚାକିରୀ ଆଶାୟୀ ମାନଙ୍କୁ ସରକାରୀ ଚାକିରୀ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକେଇ କରିନେଇଥିବା ଅଭିଯୋଗ ହୋଇଛି । ପ୍ରଥମେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଯୁବକ ମାନଙ୍କୁ ନେଇ ବୁଲାଇ ଆଣି ସେମାନଙ୍କ ଚିହ୍ନା ଥିବା କହି ଟଙ୍କା ସଂଗ୍ରହ କରୁଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ନକଲି ନିଯୁକ୍ତି ପତ୍ର ପ୍ରଦାନ କରୁଥିଲେ । ଏନେଇ ଯୁବକ ମାନେ ଜାଣବା ପରେ ଥାନାରେ ଅଭିଯୋଗ କରିଥିଲେ । ସେପଟେ ବର୍ତ୍ତମାନ ସୁଦ୍ଧା 30ରୁ ଅଧିକା ଯୁବକ ଏଭଳି ଠକେଇର ଶୀକାର ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ କୋଟିଏରୁ ଅଧିକା ଟଙ୍କା ଠକି ନେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025