ଚାରିକାନ୍ଥ ଭିତରେ ଜଣେ ମା ବନ୍ଦୀ

ଚାରିକାନ୍ଥ ଭିତରେ ଜଣେ ମା ବନ୍ଦୀ

ଦର୍ଶକ ବନ୍ଧୁ ଆମ ସମାଜ ଏବେ ଏମିତି ସ୍ଥିତିକୁ ପହଂଚିଲାଣି ତାହା କହିବା ମୁସକିଲ . ମୁଣ୍ଡକୁ ହାତ ପାଇଲେ କିଛି ପିଲାମାନେ ନିଜ ବାପା ମାଙ୍କୁ ଚିହ୍ନି ପାରୁନାହଁନ୍ତି . ଯେଉଁ ମା ତାଙ୍କୁ ୧୦ମାସ ଗର୍ଭରେ ରଖି ଏଦୁନିଆଁକୁ ଆଣିଥିଲା .ସେହି ମାଙ୍କୁ ବୃଦ୍ଧ କାଳରେ ହଇରାଣ କରିବାକୁ ଚାହୁଁନାହାଁନ୍ତି .ଠିକ ସେହିପରି ଅଲୋଡ ହେଲେ ଜଣେ ବୃଦ୍ଧ ମା .

ଘଟଣାଟି ହେଉଛି ଡେଙ୍ଗାଓସ୍ତା ଗ୍ରମାର . ଯେଉଁଠାରେ ଜଣେ ୭୫ ବର୍ଷୀୟ ଶଶୀ ବିଷୋୟୀ ବହୁ ହଇରାଣ ହେଉଛନ୍ତି . ତେବେ ବୃଦ୍ଧାଙ୍କ ସ୍ୱାମୀ ଜଣେ ଶିକ୍ଷକ ଥିଲେ . ୧୦ ବର୍ଷ ହେବ ତାଙ୍କ ମୃତ୍ୟୁ ପରେ ଯେମିତି ଶଶୀଙ୍କ ଦୁନିଆଁ ବଦଳିଯାଇଛି . ସ୍ୱାମୀଙ୍କ ମୃତ୍ୟୁପରେ ତିନି ପୁଅ ପ୍ରତ୍ୟେକ ଗୋଟିଏ ଗୋଟିଏ ମାସ ଲେଖାଏଁ ଶଶୀଙ୍କୁ ରଖିବାକୁ ନିଷ୍ପତି ନେଲେ .ଏହାଭିତରେ ବଡ ପୁଅ ମୃତ୍ୟୁ ହୋଇସାରିଛି . ବଡ ବୋହୁ ଓ ନାତିଙ୍କ ପାଖରେ ବର୍ତମାନ ଶଶୀ ରୁହନ୍ତି . କିନ୍ତୁ ବୋହୁ ଓ ନାତିଙ୍କ ଅକଥନୀୟ ଅତ୍ୟାଚାର ରେ ବୃଦ୍ଧା ଜଣଙ୍କ ବଳି ପଡ଼ିଛନ୍ତି .

ତାଙ୍କୁ ଖାଇବାକୁ ନଦେଇ ଘର ପଛେ ପଟେ ଏକ ଘରେ ତାଙ୍କୁ ତାଲା ପକାଇ ରଖିଛନ୍ତି ବୋହୁ ନାତି .ସନ ପୁଅ ଜାଣିବାପରେ କିଛି ପଡୋଶୀଙ୍କ ସାହାର୍ଯ୍ୟରେ ଘର ଉପରପଟୁ ତାଙ୍କୁ ଖାଇବା ଦିଅନ୍ତି . ତେବେ ମା ଜଣଙ୍କ କହୁଛନ୍ତି ମୋତେ ଏଠାରୁ ବାହାର କର ମୁଁ ଥାନାକୁ ନ୍ୟାୟ ପାଇଁ ଯିବେ .ନ ହେଲେ ମତେ ଏମାନେ ମାରିଦେବେ .ଦର୍ଶକ ବନ୍ଧୁ ଆପଣ କୁହନ୍ତୁ ନିଜ ଜୀବନର ସବୁ ଦେଇ ସେ ଯେଉଁ ପରିବାରକୁ ଗଢ଼ିଥିଲେ .ସେମାନେ ତାଙ୍କୁ ଏପରି ହଇରାଣ କରିବା କେତେ ଦୁର ଠିକ

author

Related Articles

Leave a Reply

Your email address will not be published. Required fields are marked *