କବିତା ମଞ୍ଜରୀ ସନ୍ୟାସ ବିଶ୍ୱାଳ ଚାରିଟେବୁଲୁ ଟ୍ରଷ୍ଟ ପକ୍ଷରୁ ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ସୋସ ପଞ୍ଚୟତ ମଇଚାଇପଦାର କବିତା ଭାବନ ଠାରେ ସପ୍ତମ ତମ ସମର୍ଦ୍ଧନା ଓ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଫେସର ରାଧାକ୍ରିଷ୍ଣା ବିଶ୍ୱାଳଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ,ସନ୍ନମାନୀୟ ଅତିଥିଭାବେ ସଙ୍ଖାଳି ଚରଣ ରାଉଳ,ନାରାୟଣ ଚନ୍ଦ୍ର ଲେଙ୍କା, ଆନ୍ତର୍ଜାମୀ ରାଉତ, ମୋହନ କୁମାର ମହାନ୍ତି, ଟ୍ରଷ୍ଟର ସଭାପତି ରୀନା ବଳ ପ୍ରମୁଖ ଯୋଗ ଦେଇ ସ୍ବର୍ଗତଙ୍କ କବିତା ମଞ୍ଜରୀ ଏବଂ ସନ୍ୟାସ ବିଶ୍ୱାଳଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲର୍ପଣ କରିଥିଲେ ପରେ ସ୍ୱର୍ଗତଙ୍କ ଉଦଶ୍ୟରେ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା l ସ୍ୱର୍ଗତ ସନ୍ୟାସୀ ବିଶ୍ଵାଳ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ସଦା ସର୍ବଦା ସମର୍ପିତ ଥିଲେ। ସେ ଜଣେ ମେଳାପି, ପରୋପକାରୀ, ମିଷ୍ଟଭାଷୀ ମଧ୍ୟ ଥିଲେ ବୋଲି ଅତିଥି ମାନେ ସଭା ରେ ନିଜ ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପଣ୍ଡିତ୍ ସମାଜ ରେ କଣ କରିବା ଉଚିତ୍ ଅନୁଚିତ୍ ବିଷୟରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷଙ୍କୁ ସରଳ ଭାଷାରେ ଉଦବୋଧନ ଦେଇଥିଲେ। ପିତା ମାତା ହେଉଛନ୍ତି ପ୍ରଥମ ଦେବତା ତାଙ୍କୁ ଅଣଦେଖା ଓ ତାଙ୍କ ମନରେ କେବେ ଆଘାତ ନଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେବା ନିବୃତ ବିଶିଷ୍ଟ ଶିକ୍ଷାବିତ୍ ବିପିନି ବିହାରୀ ବଳ ଓ ଶତୃଘ୍ନ ପାଣିଗ୍ରାହୀଙ୍କୁ ଶିକ୍ଷକ ମିତ୍ର ସମ୍ମାନ ରେ ପୁଷ୍ପଗୁଛ ଉତ୍ତରୀୟ ସହ ମାନପତ୍ର ଦେଇ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରିବା ସହ ଯୁବ ସାମ୍ବାଦିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରଯାଇଥିଲା l

You can share this post!
author