ଚାଲିଗଲା ବଡ ଭଉଣୀ ଜୀବନ

ଚାଲିଗଲା ବଡ ଭଉଣୀ ଜୀବନ

ଦୁଇ ଜଣ ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇକୁ ପୋଖରୀରୁ ଉଦ୍ଧାର କରିବାକୁ ଯାଇ ଚାଲିଗଲା ବଡ ଭଉଣୀର ଜୀବନ | ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ଗ୍ରାମକୁ ବ୍ରହ୍ମପୁରର ରବି ରାମ ପ୍ରଧାନଙ୍କ ତିନି ଝିଅ ଜେଲିନା ,ସେଲିନା ଓ ଏଲିନା ସେମାନଙ୍କ ମଉସା ଜୟ ରାମ ଖୁଣ୍ଟିଆ ଘରକୁ ଆସିଥିଲେ |ତେବେ ଶୌଚ ଯିବା ପାଇଁ ଜୟ ରାମ ଖୁଣ୍ଟିଆଙ୍କ 9 ବର୍ଷର ପୁଅ ଶ୍ରୀହରି ସହ ଚିକିଲି ଗ୍ରାମର ରାଗିଆ ପୋଖରୀକୁ ଯାଇଥିଲେ |ତେବେ 2 ଝିଅ ଓ ସହିତ ନାବାଳକ ପୋଖରୀରେ ଶୌଚ କରୁଥିବା ବେଳେ ଉକ୍ତ ତିନି ଜଣ ପିଲାଙ୍କ ଗୋଡ଼ ଖସି ଯାଇଥିଲା |ଫଳରେ ସେମାନେ ପୋଖରୀର ଗଭୀର ଜଳ ରେ ବୁଡି ଯାଉଥିବା ଦେଖି ଜେଲିନା ନିଜ ଜୀବନ କୁ ବାଜି ଲଗାଇ ପୋଖରୀ କୁ ଲମ୍ଫ ପ୍ରଦାନ କରିଥିଲେ l ଗାଁ ଲୋକଙ୍କ ସାହାଯ୍ୟରେ ଦୁଇ ଭଉଣୀ ଓ ମଉସା ପୁଅ ଭାଇ କୁ ଉଦ୍ଧାର କରିବା ବେଳେ ବଡ ଭଉଣୀ ର ଜେଲିନା ର ଗୋଡ଼ ପୋଖରୀ ପାଣି ରୁ ବାହାରି ପାରି ନଥିବା ଯୋଗୁଁ ଅଣ ନାଶ୍ୱାସୀ ହୋଇ ପ୍ରାଣ ହରାଇ ଜଳ ସମାଧି ହୋଇ ଯାଇ ଥିଲେ l ତତକ୍ଷଣାତ ଗାଁ ଲୋକେ ଜେଲିନା ଙ୍କୁ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ସେହିପରି ଗୁରୁତର ଅବସ୍ଥା ରେ ସେଲିନା ଓ ଶ୍ରୀହରି କୁ ଚିକିଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ |ତେବେ ଡାକ୍ତରଙ୍କ ଉଦ୍ୟମ ପରେ ଉଭୟ ସେଲିନା ଓ ଶ୍ରୀହରି ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି |ପୋଲିସ ଶବ କୁ ଜବତ କରି ଏକ ଅପମୃତୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି |

author

Related Articles

Leave a Reply

Your email address will not be published. Required fields are marked *