ଚାଲିଗଲେ ଉତ୍ତମ ଭାଙ୍ଗିପଡିଲେ ନବୀନ…କାନ୍ଦ କାନ୍ଦ ହୋଇ ଲେଖିଲେ ଏମିତି

ଚାଲିଗଲେ ଉତ୍ତମ ଭାଙ୍ଗିପଡିଲେ ନବୀନ…କାନ୍ଦ କାନ୍ଦ ହୋଇ ଲେଖିଲେ ଏମିତି

ଓଡିଆ ସିନେମା ଜଗତର ବର୍ଷୀୟାନ କଳାକାର ଉତ୍ତମ ମହାନ୍ତିଙ୍କ ବିୟୋଗ ସାରା ଓଡିଶାକୁ ଦେଇଛି ଶକ୍ତ ଝଟକା । ଲିଭର ସିରୋସିସରେ ପୀଡିତ ଉତ୍ତମ ମହାନ୍ତି ଦିଲ୍ଲୀର ଗୁଡଗାଓର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରରୁ ଏୟାରଲିପ୍ଟ ଯୋଗେ ଉତ୍ତମଙ୍କୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲ ପଠାଯାଇଥିଲା । ଅଭିନେତାଙ୍କ ଠାରୁ ଯେ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ତମଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବୁଝିଥିଲେ । ଏମିତି କି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ବାବୁସାନ ମହାନ୍ତିଙ୍କୁ ଭିଡିଓ କଲ କରି ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ଆଉ ଏବେ ତାଙ୍କ ବିୟୋଗରେ ଭାଙ୍ଗି ପଡିଲେ ନବୀନ । ହଁ ଆଜ୍ଞା ଥରେ ନଜର ପକାନ୍ତୁ ଏହ ପୋଷ୍ଟ ଉପରେ ଓଡିଆ ସିନେମା ଜଗତର ଧ୍ରୁବ ତାରା କୁହାଯାଉଥିବା ଉତ୍ତମଙ୍କ ବିୟୋଗରେ ଭାଙ୍ଗି ପଡି ନିଜ ସୋସିଆଲ ମିଡିଆରେ ଏମିତି କିଛି ଲେଖିଦେଲେ ନବୀନ ।
ଦୁଃଖରେ ଭାଙ୍ଗିପଡି ନବୀନ ଲେଖିଛନ୍ତି ଯେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି । କେବଳ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ନୁହଁନ୍ତି ବରଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସ୍ୱର୍ଗତ ଅଭିନେତା ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନଙ୍କ ସହିତ ମଧ୍ୟ ଫୋନ ଯୋଗେ ଯୋଗାଯୋଗ କରିବା ସହ ନିଜ ସୋସିଆଲ ମିଡିଆରେ ଉତ୍ତମଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *