ବିଜେପିରେ ଚାଲିଛି କି ଶୀତଳ ଯୁଦ୍ଧ । ସବୁ ଜାଣି ଶୁଣି ଚୁପ ରହୁଛନ୍ତି କି ବିଜେପି ମୁଖିଆ । ହଁ ଦର୍ଶକବନ୍ଧୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବା ଦିନଠାରୁ ହିଁ ଦଳରେ ତାଙ୍କୁ କେତେ ସମ୍ମାନ ମିଳୁଛି ଏବେ ଗୁରୁତ୍ୱ ମିଳୁଛି ତାହା ତ ସମସ୍ତେ ଦେଖୁଛନ୍ତି । ଓଡିଆ ଅସ୍ମିତାକୁ ଅସ୍ତ୍ର କରି ଭାରତୀୟ ଜନତା ପାର୍ଟି ସରକାର ଗଢିଲା । ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା କିନ୍ତୁ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଚଉକିରୁ ହଟାଇବା ପାଇଁ ବିଜେପି ପାର୍ଟି ଅଫିସରେ ଚାଲିଛି ବଡ ଧରଣର ଷଡଯନ୍ତ୍ର । ଏକଥା ଆମେ କହୁନାହୁଁ ବରଂ ବିଜେପିର ଦେଖାଯାଇଥିବା ଗୋଷ୍ଠୀ କନ୍ଦଳ ଏହିସବୁକୁ ବୟାନ କରୁଛି ।
ରାଜ୍ୟରେ ନଅମାସ ହୋଇଯିବ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁଭଳି ଭାବେ ଟ୍ରୋଲ କରାଯାଉଛି ଏହା ବିଜେପିର କିଛି ନେତାଙ୍କ ଦ୍ୱାରା ପରିଚାଳିତ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ର ହେବା ଦିନୁ ସଭା ସମିତିରେ ବ୍ୟସ୍ତ ମୋହନ ସରକାର । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପଛରେ ପକାଇଛନ୍ତି ଶାସକ ଦଳ । ସେପଟେ ବିଜେପିର ଗୋଷ୍ଠୀ କନ୍ଦଳ କୁହୁଳିବାରେ ଲାଗିଛି ।
ଏବେ ପର୍ଯ୍ୟନ୍ତ ନୂଆ ରାଜ୍ୟ ସଭାପତି ଚୟନ ହେବାରେ ବିଳମ୍ୱ ହୋଇଥିବା ବେଳେ କିଛି କିଛି ଗୋଷ୍ଠୀ ନିଜର ଅନୁଗତଙ୍କୁ ଏହି ଆସନରେ ବସାଇବା ପାଇଁ ଚାହୁଁଛନ୍ତି । ଖାଲି ସେତିକି ନୁହେଁ ବରଂ ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ସମନ୍ୱୟ ଭାବ ରହୁନାହିଁ । ଯେଉଁ ନିର୍ବାଚନମଣ୍ଡଳୀକୁ ମନ୍ତ୍ରୀ ଗସ୍ତ କରୁଛନ୍ତି ସେଠାକାର ବିଧାୟକ ସେଠାରେ ରହୁନାହାନ୍ତି । ରାଜ୍ୟ ରାଜନୀତିରେ ଏପରି ବହୁତ ଘଟଣା ବିଜେପି ସରକାରକୁ ସମାଲୋଚନା ଘେରକୁ ଟାଣିଛି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ଘଟଣାକୁ ନେଇ ମୁହଁ ଖୋଲିଥିଲେ ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ ନ କରିବା ପାଇଁ ଅନୁରୋଧ କରିଥିଲେ । ତେବେ ଯେଉଁଠାରେ ବିରୋଧି ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ସପୋର୍ଟ କରୁଛି ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ କରିବା ପଛରେ କାହାର ହାତ ରହିଛି ତାହା ବି ଏକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ତେବେ ଆଗାମୀ ଦିନରେ ନିଜ ଗାଦି ସମ୍ଭାଳିବାରେ କେତେ ସଫଳ ହେଉଛନ୍ତି ମୋହନ ମାଝୀ ତାହା ଦେଖିବାକୁ ଅପେକ୍ଷା ।