ଚାଳ ଘରେ ଲୁଚିଥିଲେ ଦଶହରା ପାଇଁ ବାହାରି ଆସିଲେ ।

ଚାଳ ଘରେ ଲୁଚିଥିଲେ ଦଶହରା ପାଇଁ ବାହାରି ଆସିଲେ ।

ବେଆଇନ ଭାବେ ସରକାରୀ ଜମିରେ ଏକ ଚାଳ ଘର କରି,ଦୀର୍ଘ ଦିନରୁ ବେଧଡକ ଭାବେ ଚାଲିଥିଲା ବେପାର। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଅସୁରେଶ୍ବର କୁଳଗାଁଇଶାଳ, ପୁବଂସ ଠାରେ ସରକାରୀ ଜମିରୁ ଜବର ଦଖଲ ଉଛେଦ। ବାଉଣ୍ଡରୀ ପାଚେରୀ ଏବଂ ଏକ ଚାଳ ଘର କୁ ଭାଙ୍ଗିଲା ପ୍ରଶାସନ। ଉଛେଦ ବେଳେ ଏକ ଚାଳ ଘରୁ ବିପୁଳ ପରିମାଣ ବେଆଇନ ବାଣ ଓ ବିସ୍ପୋରକ ଦ୍ରବ୍ୟ ସାମଗ୍ରୀ ଜବତ୍ କରିବା ସହ ଜଣଙ୍କୁ ଗିରଫ କରିଛି ନିଶ୍ଚିନ୍ତକୋଇଲି ପୋଲିସ। ଗିରଫ ବେଆଇନ ବାଣ କାରଖାନା ର ମାଲିକ ରାମଚନ୍ଦ୍ର ସେଠୀ।

ବେଆଇନ ଭାବେ ସରକାରୀ ଜମିରେ ଏକ ଚାଳ ଘର କରି,ଦୀର୍ଘ ଦିନରୁ ବେଧଡକ ନିଧଡକ୍ ଚାଲିଥିଲା ବେଆଇନ ବାଣ କାରଖାନା। ଏହି ବେଆଇନ ବାଣ ତିଆରି କାରଖାନା ନିକଟରେ ସଂସ୍କୃତ ବିଦ୍ୟାଳୟ, ସରକାରୀ ଗୋଦାମ ଘର, ଅଙ୍ଗନବାଡି କେନ୍ଦ୍ର, ଅସୁରେଶ୍ବର ସରକାରୀ ଉଚ୍ଚବିଦ୍ୟାଳୟ ଏବଂ ଗ୍ରାମ ଦେବତାଙ୍କ ମନ୍ଦିର ଅବସ୍ଥିତ ଥିଲାବେଳେ କିଭଳି ରାମ ସେଠୀ ଏଠାରେ ଦୀର୍ଘ ଦିନରୁ କରୁଥିଲା ବେଆଇନ ବାଣ ତିଆରି, ତାକୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ।

author

Related Articles

Leave a Reply

Your email address will not be published. Required fields are marked *