ଆଖି ଆଗରେ ନିଜର ସୁନାର ଫସଲ ଉଜୁଡି ଯାଉଥିବାର ଦୃଶ୍ୟ ଦେଖି ସହିପାରୁନାହାନ୍ତି ଚାଷୀ । ଆଣ୍ଠୁଏ ଆଣ୍ଠୁଏ ପାଣିରେ ବର୍ଷ ବର୍ଷର ପରିଶ୍ରମ ଦେଖି ଶେଷରେ ଝୁଲି ପଡୁଛନ୍ତି ଅନ୍ନ ଦାତା । ପୁରୀ ସାଖିଗୋପାଳ ପରେ କେନ୍ଦ୍ରାପଡ଼ା ଡେରାବିଶ ସନ୍ଥପୁରାର ଗାଁର ଚାଷୀ ଭାବଗ୍ରାହୀ ମଲ୍ଲିକ ନିଜ ଉଜୁଡା ଫସଲ ଦେଖି ଟଳି ପଡିଥିବା ସୂଚନା ମିଳିଛି । ବର୍ଷା ପାଣିରେ ଧାନ ଫସଲ ନଷ୍ଚ ହୋଇଥିବା ଦେଖି ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ୭ ଏକର ଜମିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୁନାର ଫସଲ ଫଳାଇଥିଲେ ଭାବଗ୍ରାହୀ। ହେଲେ ଅମଳ ପୂର୍ବରୁ ଦାଉ ସାଜିଦେଲା ବର୍ଷା। ସେପଟେ ବର୍ଷାରେ ଫସଲହାନୀକୁ ସହି ନପାରି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଛତ୍ରପୁର ବ୍ଲକ ବରଙ୍ଗ ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଲଗାଣ ବର୍ଷା ରେ ଚାଷ ଜମି ନଷ୍ଟ ହେଉଥିବାରୁ ଚିନ୍ତାରେ ଥିଲେ । ଧାର କରଜ କରି ଚାଷ କରିଥିଲେ । ଆଉ ଅଦିନିଆ ବର୍ଷା ସେଗୁଡିକୁ ନଷ୍ଟ କରିଦେଇଛି । ଯାହାକୁ ଦେଖି ସହ୍ୟ କରିନପାରି ସେ ନିଜ ଜୀବନ ଦେଇଥିବା କୁହାଯାଉଛି ।

You can share this post!
author