ଚାଷୀଙ୍କୁ ଭେଟିଲେ ନବୀନ

ଚାଷୀଙ୍କୁ ଭେଟିଲେ ନବୀନ

ଗଞ୍ଜାମରେ ଚାଷୀଙ୍କୁ ଭେଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କୁ ସିଧାସଳଖ ଭେଟିବା ସହ ତାଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ପାଇଁ ସ୍ୱର ମଧ୍ୟ ଉଠାଇଛନ୍ତି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦିଆଯାଉ ବୋଲି କହିଛନ୍ତି ବିଜେଡି ସଭାପତି । ତେବେ ନବୀନଙ୍କ ଏହି ଗସ୍ତ ସମୟରେ ଗଞ୍ଜାମର ବିଭିନ୍ନ ଅଞ୍ଚଳର ଚାଷୀମାନେ ନବୀନଙ୍କୁ ଭେଟିବାକୁ ଧାଇଁ ଆସିଥିଲେ । ହାତରେ ଧାନ ବିଡା ଧରି ତାଙ୍କୁ ନିଜ ଦୁଃଖ ଶୁଣାଇଥିଲେ । ଏବଂ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ନବୀନ ପ୍ରତିଶୃତି ଦେଇଥିବା ଜଣାପଡିଛି । ତେବେ ସରକାରରେ ଥିବା ସମୟରେ ମଧ୍ୟ ନବୀନ ଏହିପରି ଜିଲ୍ଲା ଗସ୍ତ କରି ଚାଷ ଜମି ପରିଦର୍ଶନ କରିଥିବା ନଜିର ରହିଛି । ଆଉ ଏବେ ବିରୋଧୀ ଆସନରେ ବସିବା ପରେ ମଧ୍ୟ ନବୀନ ଏହାକୁ ଭୁଲିନାହାନ୍ତି । ଚାଷୀଙ୍କ ପାଇଁ ଆଗେଇ ଆସି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦିଆଯିବା ନେଇ ମତପ୍ରକାଶ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *