ଚାହିଁ ରହିଲେ ବିଜେପି ନେତା କେନ୍ଦ୍ରାପଡାରେ ପଶିଲେ ବବି

ଚାହିଁ ରହିଲେ ବିଜେପି ନେତା କେନ୍ଦ୍ରାପଡାରେ ପଶିଲେ ବବି

ନିର୍ବାଚନରେ ହାରିବାର କିଛିଦିନ ଚୁପ ବସିବା ପରେ ପୁଣି ଆକ୍ଟିଭ ମୋଡ଼କୁ ଆସିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ .ନିଜ ନିର୍ବାଚନ ମଣ୍ଡଳୀ ସହ ଅନ୍ୟ ନିର୍ବାଚନ ମଣ୍ଡଳୀରେ ପ୍ରଚାର ପ୍ରସାର ଜୋରଦାର ରଖିଛନ୍ତି ବବି .ଦଳୀୟ ନେତାଙ୍କୁ ଏକାଠି କରି ସାମଜିକ କାମ କରିବା ସହିତ ନିଜର ଦଳକୁ ସଂଗଠିତ କରୁଛନ୍ତି .କିଛି ଦିନ ତଳେ ବିଜେପି ଗଡ଼ ଧାମନଗର ରେ ପଶି ନିଜର ଦମ ଦେଖେଇଥିଲେ ବବି .ଏବେ ପୁଣି ସେ ବୈଜୟନ୍ତଙ୍କ ଗଡ଼ କେନ୍ଦ୍ରାପଡାରେ ପଶି ନିଜ ଜଲୱା ଦେଖେଇଛନ୍ତି .ବବିଙ୍କ ଏପରି ଲୋକପ୍ରିୟତା ଦେଖି ବିରୋଧୀ ବିଜେପି ନେତା ମାନଙ୍କ ଛାତିରେ ଛନକା ପଶିଛି .କେନ୍ଦ୍ରାପଡାରେ ବବିଙ୍କୁ ସ୍ୱାଗତ କରିବାକୁ ଶହଶହ ଲୋକଙ୍କ ଭିଡ଼ ଜମିଥିଲା .ଯାହାକୁ ଦେଖି ଅନେକ ବିଜେପି ନେତା ଡରିଯାଇଥିବାର ସୂଚନା ମିଳିଛି .କେନ୍ଦ୍ରାପଡାରେ ବବିଙ୍କୁ ଢୋଲର ତାଳେତାଳେ ସ୍ୱାଗତ କରାଯାଇଥିଲା .ଏହାପରେ ବବିଙ୍କ ଉପରେ ପୁଷ୍ପବର୍ଷା ହେଇଥିଲା .ବବି ମଧ୍ୟ ହାତଯୋଡି ସମସ୍ତଙ୍କ ଅଭିବାଦନକୁ ସ୍ୱୀକାର କରିଥିଲେ .କେନ୍ଦ୍ରାପଡା ପାରମ୍ପରିକ ଭାବରେ ବିଜେଡି ଗଡ଼ ଥିଲେ ମଧ୍ୟ ଏଥର ବୈଜୟନ୍ତ ମୋଦି ମ୍ୟାଜିକ ସହାୟତାରେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ପରାସ୍ତ କରି ବିଜେଡି ଗଡ଼କୁ ଧ୍ବଂସ କରିବାର ସମର୍ଥ ହେଇଥିଲେ .ହେଲେ ବବି ପୁଣିଥରେ ଆସି ବିଜେଡି ଗଡ଼କୁ ମଜବୁତ କରୁଥିବାର ଦେଖିବାକୁ ମିଳିଛି .ଯେଉଁ ଭୁଲପାଇଁ ବିଜେଡି ଆଜି ଟିକେ ପଛରେ ପଡିଯାଇଛି ସେ ଭୁଲକୁ ସୁଧାରି କିପରି ବିଜେଡ଼ିକୁ ଆହୁରି ଶକ୍ତିଶାଳୀ କରାଯାଇପାରିବ ସେନେଇ ବବି ପ୍ରୟାସରତ ଅଛନ୍ତି .ତେବେ ଦେଖିବାକୁ ବାକି ରହିଲା ବୈଜୟନ୍ତଙ୍କ ଗଡ଼ରେ ଫାଟ ସୃଷ୍ଟି କରିପାରୁଛନ୍ତି ନାଁ ନାହିଁ ବବି .

author

Related Articles

Leave a Reply

Your email address will not be published. Required fields are marked *