ଚାହୁଁ ଚାହୁଁ ଧୂଳିସାତ୍ ହୋଇଗଲା ୫ ମହଲା କୋଠା । କୋଲାକାତା ଗାର୍ଡେନ ରିଚ୍ ଅଞ୍ଚଳରେ ଏକ ନିର୍ମାଣାଧୀନ ବିଲଡିଂ ଭୁଶୁଡି ଯାଇଛି । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତାହତ ମାନେ ଶ୍ରମିକ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ ପୋଲିସ୍ ପହଞ୍ଚି ରେସ୍କ୍ୟୁ ଅପରେସନ୍ କୁ ଜୋରଦାର କରିଛି ।
ତେବେ ଏହା ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ରେସ୍କ୍ୟୁ ରେ ବେଶ୍ ଅସୁବିଧା ଉପୁଜିଛି । ଘଟଣାରେ ତଦନ୍ତ ଆରମ୍ଭ ହୋଇଛି, କେଉଁ ଭଳି ପରିସ୍ଥିତିରେ ଏତେ ବଡ଼ ଅଘଟଣ ହେଲା ସେ ନେଇ ଖୋଳତାଡ଼ କରୁଛି । ସେପଟେ କୋଲକାତା ବିଲଡିଂ ଭୁଶୁଡ଼ିବା ଘଟଣାସ୍ଥଳକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
