ନିଷ୍ପତ୍ତି ନେଇଥିଲେ ନବୀନ ହେଲେ ମାନିଲେନି ମୁନ୍ନା । ସିଧା ସିଧା ନବୀନ ନିବାସରେ ପହଞ୍ଚିଲେ ନବୀନଙ୍କୁ ମୁହେଁ ମୁହେଁ ସବୁ କହିଦେଲେ । ହଁ ଆଜ୍ଞା ମେ 5 ତାରିଖରେ ବିଜେଡି ଗଢିଥିଲା ନୂଆ କମିଟି । ବରିଷ୍ଠ ଓ କନିଷ୍ଠଙ୍କୁ ଥଇଥାନ କରି ନୂଆ କମିଟିରେ ସ୍ଥାନ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦାୟିତ୍ୱ ବାଣ୍ଟିବା ପରେ ସତେଯେମିତି ବିଜେଡିରେ ସୃଷ୍ଟି ହୋଇଯାଇଛି ଅଜଣା ଝଡ । ବିଜେଡି ଦଳର ପୁର୍ନବିନ୍ୟାସ ହେଲା ସତ କିନ୍ତୁ ଅସନ୍ତୋଷ ଝାଡୁଛନ୍ତି ଯୁବ ନେତାଙ୍କ ଠାରୁ ଯେ ବରିଷ୍ଠ ନେତାଙ୍କ ପର୍ଯ୍ୟନ୍ତ । ଆଉ ଏବେ ସକାଳୁ ସକାଳୁ ମୁନ୍ନା ଖାଁ ନବୀନ ନିବାସରେ ପହଞ୍ଚିବା ସହିତ ଚିଠି ଲେଖି ନିଜେ ଅସନ୍ତୋଷ ଝାଡିଛନ୍ତି । ୱାକଫ ବିଲକୁ ନେଇ ଚର୍ଚ୍ଚାରେ ରହିଥିବା ମୁନ୍ନା ଖାଁ ଏବେ ନବୀନଙ୍କୁ ଚିଠି ଲେଖିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।
ନବୀନ ଗଢିଥିବା ନୂଆ କମିଟିକୁ ନେଇ ନେତାଙ୍କ ଭିତରେ ଥିବା ତୀବ୍ର ଅସନ୍ତୋଷ ଜଳ ଜଳ ହୋଇ ଦେଖାଯାଉଛି । ଯାହା ଏବେ ଦାଣ୍ଡରେ ପ଼ଡି ହାଟରେ ଗଡିଲାଣି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁନ୍ନା ଖାଁ ଲେଖିଥିବା ଏହି ଚିଠିରୁ ସଂଖ୍ୟା ଲଘୁ ସେଲ ସାଉଥ ଜୋନ ସଂଯୋଜକ ପଦକୁ ସେ ଅଗ୍ରାହ୍ୟ କରୁଥିବାର ସ୍ପଷ୍ଟ କରିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି କି ମୁଁ 25 ବର୍ଷ ହେବ ଦଳ ପାଇଁ କାର୍ଯ୍ୟ କରିଆସୁଛି କିନ୍ତୁ ମତେ ଦଳ ତରଫରୁ ଅଣଦେଖା କରାଯାଇଛି । ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କିଛି ଅଛି କି । ଦଳ ତରଫରୁ ଦିଆଯାଇଥିବା ପଦକୁ ଆଗ୍ରହ୍ୟ କରୁଛି । ଦଳ ଭିତରେ ଥିବା ସଦସ୍ୟମାନଙ୍କ ଭିତରେ ମୋର ପ୍ରତିଷ୍ଠାକୁ ହ୍ରାସ କରୁଛି । କୌଣସି କମିଟିରେ ନଥାଇ ମଧ୍ୟ ଦଳପ୍ରତି ମୋର ପ୍ରୟାସ ଜାରି ରହିବ ବୋଲି ଚିଠିରେ ସ୍ପଷ୍ଟ କରିଛନ୍ତି ମୁନ୍ନା ଖାଁ ।
ଖାଲି ସେତିକି ନୁହେଁ ବରଂ ସେହି ଚିଠିରେ ମୁନ୍ନା ଖାଁ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି । ବିଜେପି ସପକ୍ଷରେ କହିବା ପରେ ବି ଦଳରେ ତାଙ୍କୁ ପଦନ୍ନୋତି କରଗଲା କୌଣସି ଆକ୍ସନ ନିଆଗଲା ନାହିଁ । ତେବେ ନବୀନ ନିବାସରେ ବିଜେଡି ସାଂସଦ ମୁନ୍ନା ଖାଁ ଏପରି କହିବା ପରେ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।