ହଁ ଦର୍ଶକବନ୍ଧୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନ ପରେ କଂଗ୍ରେସ-ବିଜେଡି ମେଣ୍ଟକୁ ନେଇ ବଢୁଛି ଚର୍ଚ୍ଚା । ନିଜର ଗଡ ବଞ୍ଚାଇବା ପାଇଁ ଶଙ୍ଖଭବନରେ ପ୍ରତିଦିନ ଅଙ୍କ କଶୁଥିବା ନବୀନ କିଛି ନୂଆ ସମୀକରଣ ସାମ୍ନାକୁ ଆଣିପାରନ୍ତି । ରାହୁଲଙ୍କ ହାତ ଧରିବେ ଏବଂ ବିଜେପି ସରକାରକୁ ପାନେ ଦେବା ପାଇଁ ଏପରି କିଛି ରଣନୀତି ହେବାକୁ ଯାଉଛି । କାହିଁକିନା ନିର୍ବାଚନ ପରେ ଅଧିକ ସକ୍ରିୟ ହେଉଥିବା ନବୀନଙ୍କ ପକ୍ଷେ ଏହା ଅସମ୍ଭବ ମଧ୍ୟ ନୁହେଁ । ହାରିବା ପରେ ଦଳର ଆମୂଳଚୂଳ ପରିବର୍ତ୍ତନ କରୁଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣିଥରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ ସହ ହାତ ମିଶାଇ ପାରନ୍ତି । ପ୍ରଥମେ ଦେବାଶିଷଙ୍କ ବୟାନ ଆଉ ଏହାକୁ କଂଗ୍ରେସ ନେତା ମହମ୍ମଦ ମୋକିମ ଏହାକୁ ଖଣ୍ଡନ କରିଥିଲେ । କଥା ହେଲା କି ଯଦି ନିଆଁ ନାହିଁ ଧୂଆଁ କେଉଁଠୁ ଆସିଲା ଯଦି ନବୀନ ନିବାସରେ ମେଣ୍ଟ ସମ୍ୱନ୍ଧରେ ଆଲୋଚନା ହୋଇନାହିଁ ତେବ ଦେବାଶିଷ ଏପରି କାହିଁକି କହିଲେ । ପରେ ଏହାକୁ ନିଜସ୍ୱ ମତାମତ କହି ଦେବାଶିଷ ସଫେଇ ଦେଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ମଧ୍ୟ ଥମୁନାହିଁ ମେଣ୍ଟ ଚର୍ଚ୍ଚା । 24 ବର୍ଷର ଶାସନ କ୍ଷମତା ହାତରୁ ଖସିବା ପରେ ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି ବିଜେଡି ଏବଂ ବିଭିନ୍ନ ପ୍ରସଙ୍ଗକୁ ମୁଦ୍ଧା କରି ମୋହନ ସରକାରଙ୍କୁ ଟାର୍ଗେଟ କରୁଛି । ଶହେ ଦିନର ସରକାରଙ୍କ ଶହେ ବିଫଳତାକୁ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି । ତେବେ ଦେଖିବାକୁ ଅପେକ୍ଷା କଂଗ୍ରେସ ବିଜେଡି ମେଣ୍ଟ ରାଜ୍ୟ ରାଜନୀତିରେ କେଉଁ ମୋଡ ଆଣୁଛି । ସତରେ କଂଗ୍ରେସ-ବିଜେଡି ମିଶି ମୋହନଙ୍କ ନିଦ ହଜାଇବେ ନା ମୋହନଙ୍କୁ ଭୟ ଦେଖାଇବା ପାଇଁ ଏପରି ବିଭ୍ରାନ୍ତକାରୀ ବାହାନା ଆଣୁଛି ବିଜୁ ଜନତା ଦଳ ।

You can share this post!
author