ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଜଗା ଦର୍ଶନ ସହଜ ଓ ସରଳ କରିବା ପାଇଁ ପୁରୁଣା ବ୍ୟାରିକେଡ ହଟାଇ ସ୍ୱତନ୍ତ୍ର ଏସି ଟନେଲର ବ୍ୟବସ୍ଥା କରାଯାଇଥିଲା । ହେଲେ ଏହି ବ୍ୟାରିକେଡ ଶ୍ରୀମନ୍ଦିର ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମାତ୍ର ଦୁଇ ମାସରେ ଏହି ଏସି ଟନେଲର ବିଦ୍ୟୁତ ବିଲ୍ ୧୪ ଲକ୍ଷ ୧୭ ହଜାର ୬ଶହ ୩୦ ଟଙ୍କା ଆସିଛି । ଏହି ବିଲ୍ ଏବେ କେଉଁଠୁ ପୈଠ ହେବ, ଏବଂ ଆଗକୁ ସୋଲାର ସିଷ୍ଟମ କରିବା ନିହାତି ଆବଶ୍ୟକ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି । ସେପଟେ ଭକ୍ତଙ୍କ ଲାଗି ଏହି ସିଷ୍ଟମ ହୋଇଥିବାରୁ ବିଦ୍ୟୁତ ମାଗଣାରେ ଯୋଗାଇବା ଲାଗି ସେବାୟତ ଦାବି କରିଛନ୍ତି। ସେପଟେ ଏ ନେଇ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ଏତେ ପରିମାଣର ବିଦ୍ୟୁତ ଦେୟ ଶ୍ରୀମନ୍ଦିର ପ୍ରଶାସନ କିପରି ଦେବେ ସେ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସେବାୟତ। ଯଦି ୨ ମାସରେ ଏତିକି ତେବେ ବର୍ଷକୁ ବିଦ୍ୟୁତ ବିଲ କୋଟିଏ ଟପିବା ସମ୍ଭାବନା, ତେଣୁ ଭକ୍ତଙ୍କ ଲାଗି ବିଦ୍ୟୁତ ବିଲ ଛାଡ଼ କରିବାକୁ ସେବାୟତ ନିବେଦନ କରିଛନ୍ତି। ସେପଟେ ଦୂର ଦୃଷ୍ଟି ସଂପନ୍ନ ହୋଇ ସୋଲାର ସିଷ୍ଟମରେ ଏସି ବ୍ୟାରିକେଡ୍ ସଂଲ୍ଲଗ୍ନ କରିବାକୁ ପରିଚାଳନା କମିଟି ସଦସ୍ୟ କହିଛନ୍ତି।

You can share this post!
author
Related Articles
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025
ଭାରି ହେଉଛି ବିଜେଡିର ପଲା…
- June 3, 2025