ଶ୍ରୀମନ୍ଦିରରେ ପୁଣି ଘଟିଲା ବିରଳ ଘଟଣା । ମହାପ୍ରଭୁଙ୍କ ପତିତପାବନ ବାନା ଧରି ଉଡିଗଲା ଚିଲ ପକ୍ଷୀ । ଆଜି ପୁରୀ ଶ୍ରୀମନ୍ଦିରରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏହି ବିରଳ ଭିଡିଓଟି ବେଶ୍ ଭାଇରାଲ୍ ହେଉଛି । ତେବେ ପ୍ରତ୍ୟେକ ଦିନ ମହାପ୍ରଭୁଙ୍କ ନୀଳଚକ୍ରରେ ବାନା ପରିବର୍ତନ ହୋଇଥାଏ । ବିଭିନ୍ନ ସମୟରେ ନୀଳଚକ୍ର ଉପରେ ଚିଲ ମଧ୍ୟ ବସିଥିବାର ନଜର ଆସିଥାନ୍ତି । କିନ୍ତୁ ଆଜି ମହାପ୍ରଭୁଙ୍କ ପତିତପାବନ ବାନା ଧରି ଏକ ଚିଲ ଉଡୁଥିବା ଦେଖିବାକୁ ମିଳିଛି । ଏପରିକି ବାନାଟି ନେବା ପରେ ଚିଲଟି ସେ ସ୍ଥାନରୁ ଯିବା ପରିବର୍ତେ ମନ୍ଦିର ଚାରିପଟେ ବହୁ ସମୟ ଧରି ଉଡୁଥିବା ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ଏବଂ ଏହାକୁ ନେଇ ଅନେକ ଆଗକୁ କିଛି ଘଟିବାର ଆଶଙ୍କା ମଧ୍ୟ କରୁଛନ୍ତି ।

You can share this post!
author