ଚୁଟି ପାଇଁ ରାମବାଣ ଏହି ୫ ତେଲ…

ଚୁଟି ପାଇଁ ରାମବାଣ ଏହି ୫ ତେଲ…

କଣ ଆପଣ ଚୁଟି ଜନିତ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ଚୁଟିରେ କେଉଁ ତେଲ ବ୍ୟବହାର କଲେ ଏହା ଲାଭଦାୟକ ହେବ ଆପଣ ଜାଣନ୍ତି କି ? ଆଜିକାଲି ଚୁଟିଜନିତ ସମସ୍ୟାରେ ପ୍ରାୟ ସମସ୍ତେ ଜୁଝି ହେଉଛନ୍ତି । ଚୁଟି ଝଡିବାଠୁ ଆରମ୍ଭ କରି ଚୁଟି ଛିଣ୍ଡିବା ଏକ ଗମ୍ଭୀର ସମସ୍ୟା ହୋଇଗଲାଣିା କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ଚୁଟିର ଯତ୍ନ ନେବାକୁ ପଡିଥାଏା ଯେଉଁଥିରେ ଚୁଟିରେ ତେଲ ଲଗାଇବା ପାଇଁ ପରାମର୍ଶ ମିଳିଥାଏ । କିନ୍ତୁ କେଉଁ ତେଲ ବ୍ୟବହାର କରିବେ ଆପଣ ଜାଣନ୍ତି କି ?

ତେଲ ହେଉଛି ଚୁଟିର ଖାଦ୍ୟ। ଏହା ଚୁଟି ଏବଂ ମୁଣ୍ଡକୁ ପୋଷଣ ପ୍ରଦାନ କରେ। କିନ୍ତୁ ଅନେକ ଲୋକ ମାସ ମାସ ଧରି ଚୁଟିରେ ତେଲ ଲଗାନ୍ତି ନାହିଁ। ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଚୁଟି କମ୍ ଝଡୁ କିମ୍ବା ଆଦୌ ନ ଝଡୁ, ତେବେ ନିୟମିତ ତେଲ ଲଗାନ୍ତୁ। ଏଥିପାଇଁ ଆପଣଙ୍କୁ କିଛି ଟିପ୍ସ ଅନୁସରଣ କରିବାକୁ ପଡିବ।

ଚୁଟିକୁ ସୁସ୍ଥ ରଖିବା ପାଇଁ ନଡ଼ିଆ ତେଲ, ବାଦାମ ତେଲ, ଜଡା ତେଲ, ଆର୍ଗନ ତେଲ, ଅଁଳା ତେଲ ସର୍ବୋତ୍ତମ। ଏଗୁଡ଼ିକ ଭିଟାମିନ୍ ଇ, ଡି, ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, ଯାହା ଚୁଟି ବୃଦ୍ଧିରେ ସାହାଯ୍ୟ କରେ। ଚୁଟିକୁ ପୋଷଣ ଦିଏ, ଆର୍ଦ୍ରତା ପ୍ରଦାନ କରେ ଏବଂ ଚମକ ଆଣେ।

ଚୁଟିରେ ଯେକୌଣସି ତେଲ ଲଗାନ୍ତୁ, ପ୍ରଥମେ ଏହାକୁ ଉଷୁମ କରନ୍ତୁ। ଏକ ପାତ୍ରରେ ତେଲ ନେଇ ଏହାକୁ ୧୫-୨୦ ସେକେଣ୍ଡ ପାଇଁ ଗରମ କରନ୍ତୁ। ଉଷୁମ ତେଲ ଲଗାଇବା ଦ୍ୱାରା ଏହା ମୁଣ୍ଡ ଏବଂ ଚୁଟିରେ ଭଲ ଭାବରେ ଶୋଷିତ ହୁଏ। ଏହାକୁ ଅଧିକ ଗରମ କରନ୍ତୁ ନାହିଁ, ନଚେତ୍ ଏହା ମୁଣ୍ଡର କୋମଳ ଚର୍ମକୁ କ୍ଷତି ପହଞ୍ଚାଇପାରେ।

କିଛି ଲୋକ ଚୁଟିରେ ତେଲ ଲଗାଇ ରାତିସାରା ଛାଡି ଦିଅନ୍ତି। ଏହା କରାଯିବା ଉଚିତ ନୁହେଁ। କେବଳ ଦୁଇ ଘଣ୍ଟା ପାଇଁ ଚୁଟିରେ ତେଲ ଲଗାଇ ରଖିବା ଯଥେଷ୍ଟ। ତେଲ ଲଗାଇବା ପୂର୍ବରୁ ଚୁଟିକୁ ଦୁଇ ଭାଗରେ ବିଭକ୍ତ କରନ୍ତୁ। ଆଙ୍ଗୁଠି କିମ୍ବା ତୁଳା ସାହାଯ୍ୟରେ ମସାଜ୍ କରନ୍ତୁ।
ଯେଉଁ ଜାଗାରେ ଚୁଟି ଝଡୁଛି ସେଠାରେ ଅଧିକ ତେଲ ଲଗାଇ ମାଲିସ କରନ୍ତୁ। ଏହା ରକ୍ତ ସଞ୍ଚାଳନ ବୃଦ୍ଧି କରେ। ଚୁଟି ଫଲିକିଲ୍ସକୁ ଷ୍ଟିମୁଲେଟ୍ କରେ। ଫଳରେ ଚୁଟିର ବିକାଶ ହୁଏ। ୧୦ ମିନିଟ୍ ପାଇଁ ବୃତ୍ତାକାର ଗତିରେ ମାଲିସ୍ କରନ୍ତୁ। ଏହା ତେଲକୁ ମୁଣ୍ଡରେ ଭଲ ଭାବରେ ଶୋଷିପାରିବ।

ଏହା କରିବା ଫଳରେ ମନ ମଧ୍ୟ ରିଲାକ୍ସ ହୁଏ ଏବଂ ଚାପ ଦୂର ହେବ। ଏହା ଦ୍ୱାରା ଚୁଟି ଝିଡିବା ଏବଂ ଫାଟିବା ସମସ୍ୟାକୁ ମଧ୍ୟ ହ୍ରାସ ହୁଏ।

author

Related Articles

Leave a Reply

Your email address will not be published. Required fields are marked *