ଚେହେରାରେ ଚମକ ଆଣେ ଡାଲଚିନି….

ଚେହେରାରେ ଚମକ ଆଣେ ଡାଲଚିନି….

ଆଜିକାଲିର ଜୀବନଶୈଳୀ, ବାୟୁ ପ୍ରଦୂଷଣ ଏବଂ ବ୍ୟସ୍ତ ବହୁଳ ଜୀବନ ପାଇଁ ଚର୍ମ ଉପରେ ଅନେକ ପ୍ରଭାବ ପଡୁଛି । ଟ୍ୟାନିଂ, ପିମ୍ପଲ୍ସ, ଡଲନେସ୍ ଆଦି ଦ୍ୱାରା ଚେହେରାର ଚମକ ହଜିଯାଉଛି । କିନ୍ତୁ ଏହାକୁ ଠି୍‌କ୍ କରିବା ପାଇଁ କିଛି ଘରୋଇ ଉପଚାର ସମ୍ପର୍କରେ ଆପଣ ଜାଣିଛନ୍ତି କି । ଆସନ୍ତୁ ଏହି ଭିଡିଓରେ ଜାଣିବା ।

ତେବେ ଚେହେରାରେ ଚମକ ଆଣିବାରେ ରୋଷେଇ ଘରେ ଥିବା ଏକ ମସଲା ଖୁବ୍ ଉପକାରୀ ବୋଲି ବିବେଚନା କରାଯାଏ । ତେବେ ସେହି ମସଲାଟି ହେଉଛି ଡାଲଚିନି । ରୋଷେଇ ଘରେ ଥିବା ଏହି ଡାଳଚିନି ରାତାରାତି ଚର୍ମରେ ଚମକ ଆଣିପାରିବ। ଏହାକୁ କେବଳ ଅନ୍ୟ କିଛି ଜିନିଷ ସହିତ ମିଶ୍ରଣ କରି ପ୍ରୟୋଗ କରିବାକୁ ପଡିବ। ତେବେ ଆସନ୍ତୁ ଏ ନେଇ କିଛି ଟିପ୍ସ ବିଷୟରେ ଜାଣିବା।

ଡାଳଚିନି ପାଉଡରକୁ ମହୁ ସହିତ ମିଶ୍ରଣ କରି ଆପଣ ମୁହଁରେ ଲଗାଇ ପାରିବେ। ଏହାର ମିଶ୍ରଣ ଚର୍ମକୁ ମଶ୍ଚରାଇଜ୍ କରିଥାଏ ଏବଂ ମୁହଁରେ ପଡୁଥିବା କୁଞ୍ଚନକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହି ପ୍ୟାକ୍କୁ ମୁହଁ ସହିତ ବେକରେ ମଧ୍ୟ ଲଗାଇବାକୁ ଭୁଲନ୍ତୁ ନାହିଁ।

ଲେମ୍ବୁ ରସକୁ ଡାଳଚିନି ପାଉଡର ସହିତ ମିଶାଇ ଫେସ୍ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ। ଚର୍ମକୁ ଚକ୍ଚକ୍ କରିବାରେ ଏହି ପେଷ୍ଟ ବହୁତ ସାହାଯ୍ୟକାରୀ। କେବଳ ଏତିକି ନୁହେଁ, ଏହା ଚର୍ମରୁ କଳା ଦାଗ ମଧ୍ୟ ଦୂର କରିଥାଏ।

ଡାଳଚିନି ପାଉଡର୍କୁ ଗୋଲାପ ଜଳରେ ମିଶାଇ ଚର୍ମରେ ଲଗାଇ ପାରିବେ। ଗୋଲାପ ଜଳ ଚର୍ମର ଚଐ ସ୍ତରକୁ ସ୍ୱାଭାବିକ କରିଥାଏ। ଏହା ବ୍ୟତୀତ ଏହାର ମିଶ୍ରଣ ଚର୍ମକୁ ଥଣ୍ଡା କରିଥାଏ ଏବଂ ଚାପକୁ ମଧ୍ୟ ହ୍ରାସ କରିଥାଏ।

ଚର୍ମ ପାଇଁ ଘିଁକୁଆରୀ ରସ ବହୁତ ଲାଭଦାୟକ। ପ୍ରତ୍ୟେକ ଚର୍ମ ସମସ୍ୟାରେ ଏହା ଉପଯୋଗୀ। ମୁହଁରୁ ବ୍ରଣ ଏବଂ ଟ୍ୟାନିଂ ଦୂର କରିବା ପାଇଁ ଏହା ଘରୋଇ ଉପଚାରରେ ବ୍ୟବହୃତ ହୁଏ। ଯଦି ଚର୍ମ ଶୁଖିଲା ପଡିଯାଉଛି, ତେବେ ଘିଁକୁଆରୀ ଏବଂ ଡାଳଚିନିର ମିଶ୍ରଣ ପ୍ରୟୋଗ କରିହେବ। ଏହା ଚର୍ମକୁ ହାଇଡ୍ରେଟ୍ କରିଥାଏ ଏବଂ ଜ୍ୱଳନରୁ ମୁକ୍ତି ଦେଇଥାଏ।

author

Related Articles

Leave a Reply

Your email address will not be published. Required fields are marked *