ଚେୟାରରେ ବସି ଭାଷଣ ଦେଉଛନ୍ତି ମନ୍ତ୍ରୀ…

ଚେୟାରରେ ବସି ଭାଷଣ ଦେଉଛନ୍ତି ମନ୍ତ୍ରୀ…

ସବୁ ପ୍ରସଙ୍ଗରେ ଖାଲି ଭାଷଣ ଆଉ ତଦନ୍ତ ନେଇ ନିର୍ଦ୍ଦେଶ ଦେଉଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କିନ୍ତୁ କୌଣସି ସମସ୍ୟାର ସମାଧାନ ଏଯାଏଁ ମନ୍ତ୍ରୀଙ୍କ ଦ୍ୱାରା ହୋଇପାରିଲା ନାହିଁ । ସେ ରତ୍ନଭଣ୍ଡାର ପ୍ରସଙ୍ଗ ହେଉ ବା ମଦ ମୃତ୍ୟୁ ମାମଲାର ତଦନ୍ତ ହେଉ । ଗଞ୍ଜାମରେ ୪ ବର୍ଷର ଶିଶୁ କନ୍ୟାସହ ଲୋମହର୍ଷଣକାରୀ ଘଟଣା ହେଉ ବା ଆଦିବାସୀ ନେତାଙ୍କୁ ଜେସିବି ମଡେଇ ହତ୍ୟା କରିବା ପ୍ରସଙ୍ଗ ହେଉ । କୌଣସିଥିରେ ମନ୍ତ୍ରୀ ସଫଳ ହୋଇନାହାନ୍ତି । ନା ପୀଡିତଙ୍କୁ ନ୍ୟାୟ ଦେବାରେ ନା ଆଇନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ସବୁଥିରେ ମନ୍ତ୍ରୀ ପଛରେ ପଡିଯାଉଛନ୍ତି । କିନ୍ତୁ ଚେୟାରରେ ବସି ସବୁର ତଦନ୍ତ ନେଇ ନିର୍ଦ୍ଦେଶ ଦେଉଥିବା ଏବଂ କାହାରିକୁ ଛଡାଯିବନି ବୋଲି ବୟାନବାଜି କରିବାକୁ ମନ୍ତ୍ରୀ ଆଦୌ ଭୁଲୁନାହାନ୍ତି ।

ତେବେ ରାଜ୍ୟରେ ଏବେ ହତ୍ୟା, ଦୁଷ୍କର୍ମ ଆଦିର ସଂଖ୍ୟା ବଢି ବଢି ଚାଲିଥିବା ବେଳେ ପୁଣି ଏହାର ଶିକାର ହୋଇଛନ୍ତି ଜଣେ ଆଦିବାସୀ ଛାତ୍ରୀ । କୋରାପୁଟ ଜିଲ୍ଲା ଲମତାପୁଟର ଗୁନେଇପଦା ଏସସିଏସଟି ବାଳିକା ଛାତ୍ରୀନିବାସରେ ୮ ବର୍ଷ ବାଳିକା ଧର୍ଷଣର ଶିକାର ହୋଇଥିବା ଖବର ସବୁଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଛାତ୍ରୀ ନିବାସରେ ମଧ୍ୟ ଛାତ୍ରୀ ମାନେ ସୁରକ୍ଷିତ ନଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି । କିନ୍ତୁ ମୋହନ ସରକାରଙ୍କୁ କି ଆଇନ ମନ୍ତ୍ରୀଙ୍କୁ କିଛି ବି ଫରକ ପଡେନି । ନିଜେ କିପରି ଆରାମସେ ରହିବେ, ଲକ୍ଷ ଲକ୍ଷ ଖର୍ଚ୍ଚ କରିବେ ସେ ଚିନ୍ତାରେ ବୁଡିଛନ୍ତି । ଯାହାକୁ ଚାରିଆଡୁ ସମାଲୋଚନା କରାଯାଉଛି । କାହିଁକି ନା ଏଇ ଗୋଟିଏ ଘଟଣାରେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ଚୁପ ୍ ରହିଛନ୍ତି ତାହା ନୁହେଁ, ନିକଟରେ ଗଞ୍ଜାମ ଗସ୍ତରେ ଖୋଦ ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ସେଠାରୁ କିଛି କିଲୋମିଟର ଦୂରରେ ୪ ବର୍ଷର ଶିଶୁକନ୍ୟା ସହିତ ଲୋକହର୍ଷକାରୀ ଘଟଣା ଘଟିଥିଲା । କିନ୍ତୁ ସେ ସମ୍ପର୍କରେ ତନାଘନା ନକରି ମୁଖ୍ୟମନ୍ତ୍ରୀ ଯାତ୍ରା ବୁଲିଲେ । ଆଉ ଏବେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି ।

ତେବେ ଏହି ଘଟଣାକୁ କେନ୍ଦ୍ର କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଦ୍ଦେଶ କ୍ରମେ ବିଜେଡିର ଏକ ଟିମ୍ ଏ ସମ୍ପର୍କରେ ଅନୁଧ୍ୟାନ କରି ପୀଡିତା କିପରି ନ୍ୟାୟ ପାଇବେ ସେନେଇ ଚେଷ୍ଟା ଚଳାଇଛନ୍ତି । ଏପରିକି ଅନୁସୂଚିତ ଜନଜାତି କମିଶନଙ୍କୁ ଭେଟି ପୀଡିତାଙ୍କୁ ନ୍ୟାୟ ଦେବା ନେଇ ବିଜେଡି ଦାବି କରିଥିବା ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *