ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ କେ. ବରିଡା ଗ୍ରାମର ନିମିନା ଛକ ନୂଆ ସାହିରୁ ଗୁରୁବାର ବିଳମ୍ବିତ ରାତିରେ କବାଟ ଭାଙ୍ଗି ଜଣଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହି ଗ୍ରାମର ସନ୍ତୋଷ ବେହେରାଙ୍କ ବାଡିପଟୁ ଗୋଟିଏ ଗ୍ରିଲ ଓ ଗୋଟିଏ କବାଟ ଭାଙ୍ଗି ଚୋରୀ କରିଛନ୍ତି ଦୁବୃତ୍ତ । ସନ୍ତୋଷଙ୍କ ପରିବାର ଦାଣ୍ଡ ଘରେ ସୋଇଥିଲେ । ଏହି ଘର ନିକଟରେ ଥିବା ଘରେ ସନ୍ତୋଷ ଙ୍କ ଝିଅ ବାହାଘର ପାଇଁ ରଖିଥିବା ଆଲମାରୀରୁ ଆନୁମାନିକ 10 ତୋଳା ସୁନା ଏବଂ ନଗଦ 4ଲକ୍ଷ 80 ହଜାର ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଦୁବୃତ୍ତ । ଏଥିସହ ଆଟଚ ଓ ଟିଣ ବାକ୍ସ କୁ ନେଇ ବାଡ଼ି ପଟ ନାଳରେ ଖୋଲି ପକାଇ ପଳାଇଛନ୍ତି । ରାତି ପ୍ରାୟ 3.30 ମିନଟ ରେ ସନ୍ତୋଷ ଉଠି ପରିସ୍ରା କରିବା ପାଇଁ ବାଡ଼ିପଟ କୁ ଯିବାବେଳେ କବାଟ ବନ୍ଦ ରହିଥିବାରୁ ସେ ପଡୋଶୀ ଘରକୁ ଯାଇ ଡାକିଥିଲେ । ସମସ୍ତେ ମିଶି ବାଡ଼ିପଟ କୁ ଗଲାବେଳକୁ ଘର ଖୋଲା ରହିବା ସହ ଚୋରି ହୋଇଥିବା ଜାଣି ପୋଲିସ କୁ ଫୋନ କରିଥିଲେ । ପୋଲିସ ଖୋଜିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ । ବେଗୁନିଆପଡା ଥାନାରେ ସନ୍ତୋଷ ଙ୍କ ସ୍ତ୍ରୀ ସୁନିତା ବେହେରା ଏତଲା ଦେଇଥିଲେ । ପ୍ରକାଶ ଥାଉ କି ମଙ୍ଗଳ ବାର ଦିନ ଏସ. ଛଚିନା ଗ୍ରାମରୁ ଦୁଇଟି ଘରୁ ଚୋରି ହୋଇଥିବା ବେଳେ ଠିକ ପର ଦିନ ରାତି ଏସ. ଛଚିନା ଠାରୁ ଏକ କିଲୋମିଟର ମଧ୍ୟରେ ଥିବା ରାଗପୁରରେ ଚୋରି ଉଦ୍ୟମ ହୋଇଥିଲା । ପୁଣି ଗୁରୁବାର ରାତିରେ କେ. ବରିଡା ରେ ଚୋରି ହୋଇଥିବାରୁ ଅଂଚଳ ବାସି ଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025