ଛଡାଇନେଇଥିଲେ ନବୀନ…ଏବେ ଘର ବାଣ୍ଟିବେ ମୋହନ !

ଛଡାଇନେଇଥିଲେ ନବୀନ…ଏବେ ଘର ବାଣ୍ଟିବେ ମୋହନ !

କାହିଁକି ଆବାସ ଯୋଜନାରୁ ବାଦ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ ? ପୂର୍ବ ସରକାରଙ୍କ କେଳେଙ୍କାରୀ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନଥିଲା କି ଘର ? ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ମଧ୍ୟରୁ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ଘର ଯୋଗାଇ ଦେବା ନେଇ କେନ୍ଦ୍ରସରକାରଙ୍କ ଆବାସ ଯୋଜନାରେ ଦେଖାଦେଇଛି କେଳେଙ୍କାରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କଠାରୁ ଅଧିକ ରହିଛନ୍ତି ଅଯୋଗ୍ୟ ହିତାଧିକାରୀ । ସେମାନଙ୍କୁ ବାଦ ଦେଇ ଯୋଗ୍ୟଙ୍କୁ ଆବାସ ଯୋଜନାରେ ସାମିଲ କରାଯିବା ନେଇ ଏକ ବଡ ପଦକ୍ଷେପ ଗ୍ରହଣ କରିବେ ରାଜ୍ୟ ସରକାର । ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୨,୦୦,୬୨୧ ଗୃହର ଧାର୍ଯ୍ୟ ଲକ୍ଷ୍ୟ ପ୍ରାପ୍ତ ହୋଇଛି । ସେଥିରୁ ୧୧,୭୬,୦୫୩ ସଂଖ୍ୟକ ଗୃହ ମଞ୍ଜୁର ହୋଇଥିବା ସ୍ଥଳେ ୭,୪୩,୩୨୧ ଗୃହର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ୪,୩୨,୭୩୨ ଗୃହ ନିର୍ମାଣାଧୀନ ଅଛି । ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନରେ ପଞ୍ଚାୟତରାଜ ମନ୍ତ୍ରୀ ଏପରି ଉତ୍ତର ଦେଇଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି 2016ରୁ 2024 ମଧ୍ୟରେ ପୂର୍ବସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ପ୍ରାୟ 6 ଲକ୍ଷ 56 ହଜାର 945 ପକ୍କା ଘର ଫେରିଯାଇଛି । ତେବେ ଆବାସ ପାଇଁ ନୂଆ ସର୍ଭେ କରିବେ ସରକାର । ହିତାଧିକାରୀ ମାନଙ୍କୁ ଚିହ୍ନଟ ପାଇଁ ସର୍ଭେ କରାଯିବ ବୋଲି ବିଧାନସଭାରେ ମନ୍ତ୍ରୀ ରବି ନାୟକ ଉତ୍ତର ରଖିଛନ୍ତି ।

ତେବେ ଆବାସ ଯୋଜନାକୁ ନେଇ ପୂର୍ବର ନବୀନ ସରକାରଙ୍କୁ ଘେରିଛନ୍ତି ବର୍ତ୍ତମାନର ମୋହନ ସରକାର । କେନ୍ଦ୍ରସରକାରଙ୍କ ଯୋଜନାକୁ ନିଜର ଯୋଜନା କହି ପୂର୍ବ ସରକାର ଏଥିରୁ ଲୁଟ କରିଥିବା କଥା ମଧ୍ୟ କହିଛନ୍ତି । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ସାଧାରଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ୮୧୮ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *