ଛାଡିଲେନି ଯବାନ ଗିରଫ ହେଲେ ପାକିସ୍ତାନୀ ରେଞ୍ଜର

ଛାଡିଲେନି ଯବାନ ଗିରଫ ହେଲେ ପାକିସ୍ତାନୀ ରେଞ୍ଜର

ପୁଣି ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା । ଶତ୍ରୁଦେଶ ଉପରେ ଗୋଟାଏ ପରେ ଗୋଟାଏ ପ୍ରହାର କରିଚାଲିଛି ଭାରତ । କେତେବେଳେ ପାକିସ୍ତାନକୁ ପାଣିରେ ବୁଡାଇ ମାରିବାକୁ ଚେଷ୍ଟା କରାଯାଉଛି ତ ଆଉ କେତେବେଳେ ପାକକୁ ଶୋଷରେ ମାରିବାକୁ ଭାରତ ତାର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଭାରତ ଓ ପାକିସ୍ତାନ ସୀମାରେ କଡ୍ଡା ସୁରକ୍ଷା ବଳୟ ଭିତରେ ଦେଶର ଯବାନ ମାନେ କଡ୍ଡା ପହରା ଦେଉଛନ୍ତି । ମୋଦିଙ୍କ ବାସଭବନରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ଗୋଟିଏ ଚର୍ଚ୍ଚା ଖୁବଶୀଘ୍ର ଯୁଦ୍ଧ ହୋଇପାରେ ।

ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଛି ବିଏସଏଫ । ସେହି ପାକିସ୍ତାନୀ ରେଞ୍ଜର ଜଣଙ୍କ ସୀମା ପାର ହୋଇ ଭାରତ ପଟକୁ ଚାଲିଆସିଥିଲେ । ରାଜସ୍ଥାନର ରାଏସିଂହନଗରରେ ପାକିସ୍ତାନୀ ଯବାନ ଜଣକ ଅନୁପ୍ରବେଶ କରିବା ପରେ ତାଙ୍କୁ ତୁରନ୍ତ ସେଠାରେ ପାଟ୍ରୋଲିଂ କରୁଥିବା ଭାରତୀୟ ସୀମା ସୁରକ୍ଷା ବାହିନୀର ଯବାନ ମାନେ ଧରିପକାଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଜଣେ ଭାରତୀୟ ଯବାନ ଭୁଲରେ ପାକିସ୍ତାନ ପଟକୁ ଚାଲିଯାଇଥିବା ବେଳେ ପାକିସ୍ତାନୀ ରେଞ୍ଜରମାନେ ତାଙ୍କୁ ଅଟକ ରଖିଛନ୍ତି । ଏପ୍ରିଲ ୨୨ରେ ପଞ୍ଜାବ ସୀମାରେ ବିଏସଏଫ୍ ଯବାନ ପୂର୍ଣ୍ଣ କୁମାର ସ’ ଭୁଲରେ ପାକିସ୍ତାନ ପଟକୁ ଚାଲିଯାଇଥିଲେ । ସେବେଠାରୁ ତାଙ୍କୁ ଅଟକ ରଖିଛି ପାକିସ୍ତାନ ।

ତେବେ ସେପଟେ ଭାରତକୁ ଧମକ ଦେଇଚାଲିଛି ଶତ୍ରୁଦେଶ ପାକିସ୍ତାନ । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିବା ନେଇ ଧମକ ଦେଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସିନ୍ଧୁ ନଦୀ ଚୁକ୍ତି ଉଲ୍ଲଘଂନ କରି ଭାରତ ସିନ୍ଧୁ ନଦୀ ଉପରେ ଯଦି କୌଣସି ଡ୍ୟାମ ନିର୍ମାଣ କରେ ତେବେ ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଭାରତକୁ ଧମକ ଦେଇଛନ୍ତି । ତେବେ ଏହି ଧମକୁ ନେଇ ବିବାଦ ଆହୁରି ବଢିଥିବା ବେଳେ ଆଗାମୀ ଦିନରେ ଏହା ଆଉ କେଉଁ ରୂପ ନେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *