ବିଜେଡିର ଫୋକସରେ ଯୁବ ତଥା ନୂଆ ଭୋଟର। ପ୍ରଥମେ ନୂଆ-ଓ, ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା ଦର୍ଶନ। ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଓଡ଼ିଶା ଦର୍ଶନ ଯୋଜନା। ଯେଉଁଥିରେ ଜାତୀୟ ସେବା ଯୋଜନା ବା NSS ସେଲ୍ ର ପ୍ରାୟ ୩୦୦ ଛାତ୍ରଛାତ୍ରୀ ରାଜ୍ୟର ବିଭିନ୍ନ ଧାର୍ମିକ ସ୍ଥଳୀ ଓ ବିଶ୍ୱବିଦ୍ୟାଳୟ ବୁଲିବା ଆରମ୍ଭ କରିଛନ୍ତି। ୬ଟି ବସ୍ ଏଥିଲାଗି ନିୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ ଯାଏ ଚାଲିବ। ଗସ୍ତ ବାବଦରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀଙ୍କୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଛି। ତେବେ ବିରୋଧୀ କିନ୍ତୁ ଏହାକୁ ଭୋଟ୍ ପଲିଟିକ୍ସର ରୂପ ଦେଇଛନ୍ତି। ନୂଆ ଭୋଟର ବିଜେଡିରୁ ମୁହଁ ଫେରାଉଥିବାରୁ ଦଳ କଳେ ବଳେ ସେମାନଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ। ବିଜେଡି କହିଛି, ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ। ଏପଟେ ନିର୍ବାଚନ ପାଖଉଥିବାରୁ ସରକାର ପ୍ରତି ଦିନ ଭିନ୍ନ ଭିନ୍ନ ବର୍ଗ ପାଇଁ ନୂଆ ଯୋଜନା ସବୁ ଆଣୁଛନ୍ତି। ତେବେ ୨୪ ନିର୍ବାଚନରେ ଗେମ୍ ଚେଞ୍ଜର ହେବାକୁ ଥିବା ନୂଆ ଭୋଟର କୁଆଡେ ମୁହାଁଉଛନ୍ତି ତା ଉପରେ ନଜର।

You can share this post!
author