ଛାନିଆ ହେଲେଣି ନିତିଶ ଏଥର ନାହିଁ ଭୋଟ !

ଛାନିଆ ହେଲେଣି ନିତିଶ ଏଥର ନାହିଁ ଭୋଟ !

ଛାନିଆ ହେଲେଣି ନିତିଶ ଏଥର ନାହିଁ ଭୋଟ ! ବିହାରରେ ଛାତ୍ର ଆନ୍ଦୋଳନ ତାତି | ଘେରିଲେଣି ବିରୋଧି ସିଟକୁ ଝାମ୍ପିବାକୁ ପ୍ରୟାସ ! ତେବେ ବିହାର ଲୋକସଭା ଆୟୋଗ ବା ବିପିଏସସି ପରୀକ୍ଷା ରଦ୍ଦ କରିବା ଦାବିକୁ ନେଇ ଗତ ଦୁଇ ସପ୍ତାହ ହେଲା ପଟନାରେ ଆନ୍ଦୋଳନ ବସିଛନ୍ତି ପରୀକ୍ଷାର୍ଥୀ .ନିକଟରେ ମୁଖ୍ୟମନ୍ତ୍ରୀ ଆବାସ ଘେରାଉ କରିବାକୁ ଯିବା ବେଳେ ପରୀକ୍ଷାର୍ଥୀଙ୍କ ଉପରେ ଲାଠି ଚାର୍ଜ ପରେ ଆହୁରି ସରଗରମ ହୋଇଛି ରାଜନୀତି .ଜନସୁରାଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋରଙ୍କ ଆହ୍ୱାନରେ ହିଁ ପରୀକ୍ଷାର୍ଥୀ ସିଏମ ଆବାସ ଘେରାଉ କରିବାକୁ ଯାଇଥିବା କୁହାଯାଉଛି .ସେପେଟେ ବିରୋଧୀ ମଧ୍ୟ ପରୀକ୍ଷାର୍ଥୀଙ୍କ ସମର୍ଥନରେ ବାହାରିଛନ୍ତି .ଏବେ ଟାର୍ଗେଟରେ ରହିଛନ୍ତି ନିତିଶ କୁମାର .

ତେବେ ଗତ ଡିସେମ୍ବର ୧୩ ତାରିଖରେ ବିପିଏସସି ପରୀକ୍ଷା ହୋଇଥିଲା . ପଟନାର ବାପୁ ସଭାଗାରରେ ଆୟୋଜିତ ପରୀକ୍ଷାରେ ପ୍ରଶ୍ନପତ୍ର ଦେବାରେ ବିଳମ୍ବ ଓ ପ୍ରଶ୍ନପତ୍ର ଲିକକୁ ନେଇ ପରୀକ୍ଷାର୍ଥୀ ହଙ୍ଗାମା କରିଥିଲେ .ପ୍ରଶ୍ନପତ୍ରର କିଛି ପ୍ରଶ୍ନ ଘରୋଇ କୋଚିଂ ସେଂଟରର ମେଡେଲ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଅଭିଯୋଗ ହୋଇଥିଲା .ତେଣୁ ପରୀକ୍ଷା ରଦ୍ଦ କରି ପୁଣି ପରୀକ୍ଷା କରାଇବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ . ଏହା ସହ ପ୍ରଶ୍ନପତ୍ର ଲିକ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ .

author

Related Articles

Leave a Reply

Your email address will not be published. Required fields are marked *