ନବୀନଙ୍କ ପରେ ଏବେ ପଡିଛି ମୋହନଙ୍କ ପାଳି । ଓଡିଶାରେ ଦୁଇଟି ଗୀତ ଏବେ ବେଶ ଚର୍ଚ୍ଚାରେ । ଗୋଟିଏ ହେଲା ହେ ନବୀନ ବାବୁ ଆମେ ତୁମ ଫ୍ୟାନ ଓ ଅନ୍ୟଟି ହେଲା ଛିଃ ଛି ରେ ମୋହନ ଛିଃ । ଏହି ଗୀତ ଶୁଣି ଦୁଇଟି ଗୀତ ଭିତରେ ଫରକ ତେବେ ଆପଣମାନେ ନିଶ୍ଚୟ ଜାଣିପାରୁଥିବେ । ଗୋଟିଏ ଗୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରଂଶସାର ସୁଅ ଛୁଟୁଛି ତ ଅନ୍ୟ ଗୀତଟିରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିନ୍ଦା କରାଯାଉଛି । ଟିକିଏ ଭଲ କରି ନଜର ପକାନ୍ତୁ ଏହି ବାଇଟ ଟି ଉପରେ
ରାଜ୍ୟ ରାଜନୀତିରେ ମୋହନ ସରକାରଙ୍କୁ ନେଇ ଏବେ ଭାଇରାଲ ହେବାରେ ଲାଗିଛି ଏଭଳି କିଛି ଗୀତ । 24 ବର୍ଷ ତଳର ଗୋଟିଏ ପୁରୁଣା ଗୀତ ହେଉଛି ଛିଃ ଛିଃ ରେ ନନୀ ଛିଃ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେହି ଗୀତକୁ ନେଇ ନାନା ପ୍ରକାର ଗୀତ ମଧ୍ୟ ଆସୁଛି । ନିକଟରେ ରାଜ୍ୟ କଂଗ୍ରେସର ଜଣେ କର୍ମୀ ମୋହନ ସରକାରଙ୍କୁ ନେଇ ଏପରି କିଛି ଢଗ କହିଥିଲେ । ଗତ କିଛି ଦିନ ତଳେ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ଏକ ବଡ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦରଦାମ ବୃଦ୍ଦି ଠାରୁ ଆରମ୍ଭ କରି ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ମୋହନ ସରକାରଙ୍କୁ ପ୍ରଶ୍ନ କରି ଆନ୍ଦୋଳନର ଡକରା ଦେଇଥିଲା ଯୁବ କଂଗ୍ରେସ । ବର୍ତ୍ତମାନ ସରକାରଙ୍କ ଅପାରଗତା ଲୋକଲୋଚନକୁ ଆଣିବା ସହିତ ଏପରି କିଛି ଢଗ ଗାଇଥିଲେ ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।