ଛିଡିଲା ପ୍ରଦୀପଙ୍କ ଲେଖା ଗଞ୍ଜାମ ଗଡରେ ରମେଶଙ୍କ ରଣହୁଙ୍କାର !

ଛିଡିଲା ପ୍ରଦୀପଙ୍କ ଲେଖା ଗଞ୍ଜାମ ଗଡରେ ରମେଶଙ୍କ ରଣହୁଙ୍କାର !

ବଢୁଛି ଗଞ୍ଜାମ ଟାଇଗରଙ୍କ ପାୱାର । ସାନଖେମୁଣ୍ଡି ମାଟିରେ ନିଜର ପାୱାର ସୋ କରୁଛନ୍ତି କଂଗ୍ରେସ ନେତା ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଡୋର ଟୁ ଡୋର ବୁଲୁଛନ୍ତି ଲୋକଙ୍କ ସମସ୍ୟା ଶୁଣୁଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ବେଶ ସକ୍ରିୟ କଂଗ୍ରେସର ଏହି ଟାଣୁଆ ନେତା । ତେବେ ବାହୁବଳୀ ନେତା ରମେଶ ଜେନାଙ୍କୁ ନେଇ ବଢିଛି ଚର୍ଚ୍ଚା । ଗଞ୍ଜାମ ଗଡର ଟାଇଗର ଏବେ ସରକାରଙ୍କୁ ନାକରେ ପାଣି ପିଆଉଛନ୍ତି । ବିଧାନସଭା ଅଧିବେଶନ ସମୟରେ କଂଗ୍ରେସର ଗର୍ଜନ ତ ସମସ୍ତେ ଦେଖିଥିଲେ କିନ୍ତୁ ନିଜ ଗଡରେ ଗଞ୍ଜାମ ଟାଇଗରଙ୍କ ଆକ୍ସନ ଦେଖି ବିଜେପି ନେତାଙ୍କ ହୋସ ଉଡିଗଲାଣି ।

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଗତ ଦୁଇ ଦିନ ତଳେ ନବୀନଙ୍କ ଗଡରେ ପଶିଥିଲେ ବାହୁବଳୀ ନେତା ରମେଶ ଜେନା । ଯେଉଁ ବ୍ରହ୍ମପୁର ଏକଦା ବିଜେଡିର ଦୁର୍ଗ ହୋଇ ରହିଥିଲା ତାହା ବିଜେପି ଅକ୍ତିଆରରେ । କଥାରେ କଥାରେ ଲେଖା ଛିଡାଇଦେବାକୁ ଆହ୍ୱାନ ଦେଉଥିବା ପ୍ରଦୀପ ପାଣିଗ୍ରାହୀ ଚଳିତ ନିର୍ବାଚନରେ ଗଞ୍ଜାମର ରାଜା ହେଲେ । ଆଉ ଫିକା ପଡିଯାଇଥିଲେ ଖୋଦ ଶଙ୍ଖପତି । ଆଉ ସେହି ଗଡରେ ବର୍ତ୍ତମାନ ବିଜେଡି କି ବିଜେପି ନୁହେଁ ବରଂ କଂଗ୍ରେସ ନେତା ରମେଶ ଜେନାଙ୍କୁ ଦେଖିବାକୁ ମିଳିଛି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳାକାଟୁ ନିର୍ବାଚନ ମଣ୍ଡଳୀରେ ଦୁଇ ପୃଥକ ପୃଥକ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଟାଇଗର ରମେଶ ଜେନା । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ । ପରବତ୍ତୀ ସମୟରେ ନିକଟସ୍ଥ ଅଞ୍ଚଳରେ ନବନିର୍ମିତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଉଦଘାଟନ କରିଥିଲେ । ଏହି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ତାଙ୍କ ଜୀବନ ଆଦର୍ଶରୁ କିଛି ଶିକ୍ଷା କରିବା ପାଇଁ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇଥିଲେ ।

ଗଞ୍ଜାମ ଜିଲ୍ଲାରେ ବିଜେଡି ଓ ବିଜେପିର ଦୁଇ ଟାଣୁଆ ନେତା ଏବେ ରମେଶଙ୍କ କ୍ରେଜ ଆଗରେ ଫିକା ପଡିଛନ୍ତି । ଖୋଦ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ କୌଣସି କାର୍ଯ୍ୟକ୍ରମରେ ସେତେଟା ଦେଖିବାକୁ ମିଳୁନଥିବା ବେଳେ ହିଞ୍ଜିଳିର ବିଧାୟକ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀରେ ପାଦ ବି ପକାଉନାହାନ୍ତି । ଯେଉଁଥିପାଇଁ ଗଞ୍ଜାମ ଟାଇଗର ରମେଶ ଜେନାଙ୍କୁ ଖୋଜିଛନ୍ତି ସାଧାରଣ ଜନତା । ତେବେ ଦେଖିବାକୁ ବାକି ରହିଲା ନବୀନ ଓ ପ୍ରଦୀପଙ୍କ ଗଡରେ ରମେଶଙ୍କ ରଣହୁଙ୍କାର ପରେ ରାଜ୍ୟ ରାଜନୀତିରେ ଆଉ କେଉଁ ବିସ୍ପୋରଣ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *