ତିରୁପତି ଲଡୁକୁ ନେଇ ତୁଟୁନି ବିବାଦ । ଲଡୁରେ ପଶୁ ଚର୍ବି ମିଶିଥିବା ଖବର ପ୍ରକାଶ ପାଇବା ପରେ ଚାରିଆଡୁ ବିରୋଧ କରାଯାଉଛି । ଆଉ ଏବେ ଏହି ପ୍ରସଙ୍ଗରେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ହାଇଦ୍ରାବାଦରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଓ୍ୱାଇ ଏସ୍ ଜଗନମୋହନ ରେଡ୍ଡୀ ମନ୍ଦିରକୁ ଅପମାନିତ କରିବା ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇିଛି। ଆଡଭୋକେଟ୍ କେ. କରୁଣା ସାଗର ପରୀକ୍ଷା ହୋଇଥିବା ଲ୍ୟାବ୍ ରିପୋର୍ଟକୁ ଦର୍ଶାଇ ସୟଦାବାଦ ପୁଲିସ ଷ୍ଟେସନରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

You can share this post!
author