
କୋରାପୁଟ୍ ଜଙ୍ଗଲରୁ ଭିତରୁ ଜବତ ହେଲା ଗଞ୍ଜେଇ । କୋରାପୁଟର ତୋଟାପୁଟ ଜଙ୍ଗଲ ଠାରେ ଗଚ୍ଛିତ ହୋଇ ରହିଥିଲା ଏହି ଗଞ୍ଜେଇ । ଏହି ଗଞ୍ଜେଇ ଅନୁମାନିକ ଭାବେ ୧୦୬ କେଜି ଜବତ କରାଯାଇଛି । ୧୦୬ କେଜି ଗଞ୍ଜେଇକୁ ଜବତ କଲା ମାଛକୁଣ୍ଡ ପୁଲିସ । ୫ଟି ଜରି ବ୍ୟାଗରେ ଗଞ୍ଜେଇ ରଖାଯାଇଥିଲା । ଏହି ଗଞ୍ଜେଇ ସବୁ କେଉଁଠୁ ଆସିଲା କିଏ ରଖିଛି ଏନେଇ କୌଣସି ସନ୍ଧାନ ମିଳିପାରିନାହିଁ । ଏନେଇ ମାଛକୁଣ୍ଡ ପୁଲିସର ତଦନ୍ତ ଜାରି ରହିଛି ।