ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା

ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା

ଗଜପତି ଜିଲ୍ଲା ମୋହନା ସରକାରୀ ହାଇସ୍କୁଲ ଖେଳ ପଡ଼ିଆଠାରେ ମୋହନା ସାମ୍ବାଦିକ ସଂଘ ଓ ବନ ବିଭାଗ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ମୋହନା ବନାଞ୍ଚଳ ବିଭାଗ ପକ୍ଷରୁ ଆୟୋଜିତ କ୍ରିକେଟ ଟୁର୍ଣ୍ଣlମେଣ୍ଟର ଉଦଘlଟନୀ ମ୍ୟାଚରେ ମୋହନା ପ୍ରେସ କ୍ଲବକୁ ହରାଇ ବନ ବିଭାଗ ଟିମ୍ ବିଜୟ ହାସଲ କରିଛି l ମୋହନା ବନପାଳ ଦେବାଶିଷ ଶତପଥୀ ଓ ଲିପିକା ସଂଯୋଜକ ଅକ୍ଷୟ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଉଦଘlଟନୀ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମୋହନା ଥାନା ସବ ଇନିସପେକ୍ଟର ବିଏନ ରେଡ୍ଡୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁରୁ ଓ ଶିକ୍ଷାବିତ ମଧୁସୁଦନ ପାଢୀ ଯୋଗଦେଇଥିଲେ l ୧୦ ଓଭର ବିଶିଷ୍ଟ ମ୍ୟାଚରେ ଟସ୍ ଜିତି ପ୍ରଥମେ ପ୍ରେସ କ୍ଲବ ବ୍ୟାଟିଂ କରି ୭ ୱିକେଟ ହରାଇ ୫୨ ରନ୍ କରିଥିଲା l ଏହାର ପ୍ରତି ଜବାବରେ ମାତ୍ର ୫ ଓଭରରେ ଗୋଟିଏ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବନବିଭାଗ ଟିମ୍ ବିଜୟ ହାସଲ କରିଥିଲା l ଜଙ୍ଗଲ ହିଁ ଜୀବନ, ଜଙ୍ଗଲରେ ନିଆଁ ନ ଲଗାଇବା, ଜଙ୍ଗଲକୁ ସୁରକ୍ଷିତ ରଖିବା ଓ ଜଙ୍ଗଲ ସୁରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା ସୃଷ୍ଟି କରିବା ପାଇଁ ବନ ବିଭାଗ ପକ୍ଷରୁ ଏହି ଟୁର୍ଣ୍ଣlମେଣ୍ଟ ଆୟୋଜିତ ହୋଇଥିବା ବେଳେ ଏଥିରେ ମୋହନା ଓ ରା.ଉଦୟଗିରି ବ୍ଲକର ୮ ଟି ବନ ସୁରକ୍ଷା ସମିତି ଟିମ୍ ଅଂଶ ଗ୍ରହଣ କରିଛନ୍ତି l ଏହି ଟୁର୍ଣ୍ଣମେଣ୍ଟର ଫାଇନାଲ ମ୍ୟାଚ ଆସନ୍ତା ୧୮ରେ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚ଼ନା ଦିଆଯାଇଛି l

author

Related Articles

Leave a Reply

Your email address will not be published. Required fields are marked *