ଜଣାପଡିଲା ସତ !
କିଏ କରିଥିଲା ବାରବାଟୀକୁ ଅନ୍ଧାର ?
କାହାପାଇଁ ବଦନାମ ହେଲା ଓଡିଶା ?
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ଵିତୀୟ ଏକଦିବସୀୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା . ହେଲେ ଭାରତ ବ୍ୟାଟିଂ କରିବା ସମୟରେ ଫ୍ଲଡ ଲାଇଟ ଅଧଘଣ୍ଟା ପାଇଁ ଚାଲି ଯାଇଥିଲା .ଆଉ ଓଡିଶା ବିଶ୍ୱ ଆଗରେ ବଦ୍ନାମ ହେଇଥିଲା .ତେବେ ଏବେ ସାମ୍ନାକୁ ଆସିଛି କଣ ପାଇଁ ବାରବାଟୀ ହୋଇଥିଲା ଅନ୍ଧାର .କଣ ପାଇଁ ହେଇଥିଲା ବିଭ୍ରାଟ ?ଯେଉଁ ଜେନେରେଟର ଫ୍ଲଡ ଲାଇଟକୁ ବିଦ୍ୟୁତ ଯୋଗାଉଥିଲା ତାହା ପୋଡି ଯାଇଥିଲା .ସେହି ଜେନେରେଟର ପାଖରେ ଏକ ଵ୍ୟାକଅପ ଜେନେରେଟର ରଖାହେଇଥିଲା .ହେଲେ ଏହା କମ କ୍ଷମତାସଂପନ୍ନ ହୋଇଥିବାରୁ ଏହାର ବ୍ୟବହାର କରାଯାଇନଥିଲା .ଫଳରେ ଷ୍ଟାଡିଅମର ଆଉ ଗୋଟିଏ କୋଣରେ ଥିବା ଉଚ୍ଚକ୍ଷମତା ସମ୍ପନ୍ନ ଜେନେରେଟରକୁ ଆଣିବାକୁ ପ୍ରୟାସ ହେଇଥିଲା .ସେତେବେଳେ ଖେଳାଳିଙ୍କୁ ନେବାଆଣିବାକୁ ଥିବା ବସଟି ସାମ୍ନାରେ ରହିଯାଇଥିବାରୁ ଡିଜିକୁ ଆଣୁଥିବା ଟ୍ରକଟି ଆସିପାରିନଥିଲା .ଦୁର୍ଭାଗ୍ୟକୁ ବସ ଡ୍ରାଇଭର ମଧ୍ୟ ବସ ପାଖରେ ନଥିଲେ .ଡ୍ରାଇଭର ଆସି ବସକୁ ସାଇଡ କରିବାପରେ ଟ୍ରକରେ ଲଦାହେଇଥିବା ଜେନେରେଟର ଟି ଫ୍ଲଡ ଲାଇଟ ପୋଷ୍ଟ ପାଖକୁ ଆସିପାରିଥିଲା .ତାପରେ ବିଦ୍ୟୁତ ସଂଯୋଗ ହେଇଥିଲା .ସେତେବେଳକୁ ଖେଳ ପ୍ରାୟ 20ମିନିଟ ବିଳମ୍ବ ହେଇଯାଇଥିଲା .କ୍ରୀଡାମନ୍ତ୍ରୀ ,ଡିସିପି ଓ ଡିଜିପି ଏହି ସମୟରେ ଉପସ୍ଥିତ ଥିବାର ନଜରକୁ ଆସିଥିଲେ .ଆଉ ପ୍ରାୟ 25ମିନିଟର ବିଳମ୍ବ ପରେ ଖେଳ ପୁଣି ଆରମ୍ଭ ହେଇଥିଲା .ଏହାପରେ ପୁଣି ଡିଜେ ସାଉଣ୍ଡ ପାଇଁ ଅଧିନାୟକ ରୋହିତ ଶର୍ମା ବିରକ୍ତି ପ୍ରକଶ କରିଥିବାର ଚିତ୍ର ସୋସିଆଲ ମିଡ଼ିଆରେ ଭାଇରଲ ହେଇଥିଲା .ତେବେ ବାରବାଟୀ ଷ୍ଟାଡିୟମରେ ହେଇଥିବା ଏ ବଡ଼ଧରଣର ବିଭ୍ରାଟ ପାଇଁ ଦାୟୀ କିଏ ଏନେଇ ତଦନ୍ତ ଚାଲିଛି .ତେବେ ଦେଖିବାକୁ ବାକି ରହିଲା କେବେ ଏ ଘଟଣାର ସତ ସାମ୍ନାକୁ ଆସୁଛି

You can share this post!
author
Related Articles
ଏହି ସମୟରେ ଆଦୌ ଖାଆନ୍ତୁନି ଦହି…
- May 28, 2025